fbpx

ଏକତରଫା ପ୍ରେମର ପରିଣତି: ଯୁବକର ଆକ୍ରମଣରେ ମାଆ ମୃତ, ଝିଅ ଗୁରୁତର

ଭବାନିପାଟଣା, ୮ା୩ (ଓଡିଶା ଭାସ୍କର): ଏକତରଫା ପ୍ରେମରେ ବିଫଳ ଜଣେ ପ୍ରେମିକ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି । ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ଅନ୍ତର୍ଗତ କର୍ଲାଖୁଣ୍ଟା ଅଞ୍ଚଳରେ । ହତାଶ ପ୍ରେମିକର ମରଣାନ୍ତକ ଆକ୍ରମଣରେ ମାଆ ମୃତ୍ୟୁବରଣ କରିବା ସହ ଝିଅ ଗୁରୁତର ହୋଇଛନ୍ତି । ପୋଖରୀରୁ ଗାଧୋଇ ସାରି ମାଆ ଓ ଝିଅ ଫେରୁଥିବା ବେଳେ ଯୁବକଟି ସେମାନଙ୍କୁ ଛୁରାରେ ଆକ୍ରମଣ କରିଥିଲା । ଝିଅକୁ ବଞ୍ଚାଇବାକୁ ଯାଇ ମାଆ ଯୁବକର ଆକ୍ରମଣର ଶିକାର ହୋଇଥିଲେ ।
ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ଡାକ୍ତର ମାଆଙ୍କୁ ମୃତ ଘୋଷଣା କରିଥିଲେ । ଏକତରଫା ପ୍ରେମରେ ବିଫଳ ହୋଇ ପ୍ରେମିକ ଏହି କାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.