fbpx

ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି, ହ୍ରାସ ପାଇଲା ଖୁଚୁରା ମୁଦ୍ରସ୍ପୀତି…

Advertisement

ନୂଆଦିଲ୍ଲୀ: ବଢ଼ିଚାଲିଥିବା ମହଙ୍ଗା ବୃଦ୍ଧି ମଧ୍ୟରେ ଖାଉଟିଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଖୁଚୁରା ମୁଦ୍ରାସ୍ଫୀତି ଜୁଲାଇ ମାସରେ ୬.୭୧ ପ୍ରତିଶତକୁ ଖସି ଆସିଛି ଯାହା ଜୁନ୍ ମାସଠାରୁ ୦.୩୦ ପ୍ରତିଶତ କମ୍ । ଶୁକ୍ରବାର ଜାରି ସରକାରୀ ତଥ୍ୟ ଅନୂଯାୟୀ ଜୁନ୍ ୨୦୨୨ ରେ ମହଙ୍ଗା ଦର ୭.୦୧ ପ୍ରତିଶତ ଥିଲା  ।

ଏନଏସଓ ଦ୍ୱାରା ଶୁକ୍ରବାର ଜାରି ସଂଖ୍ୟାନ ଅନୂଯାୟୀ ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ଜୁଲାଇ ମାସରେ ୬.୭୫ ପ୍ରତିଶତକୁ ହ୍ରାସ ପାଇଛି । ଯେତେବେଳେକି ଏହା ଜୁନ ମାସରେ ୭.୭୫ ପ୍ରତିଶତ ରହିଥିଲା ।

ରିଜର୍ଭ ବ୍ୟାଙ୍କ ଦ୍ୱାରା ଖୁଚୁରା ଦରବୃଦ୍ଧି ୨ ପ୍ରତିଶତ କମ୍-ବେଶୀ ସହ ୪ ପ୍ରତିଶତ ଉପରେ ରଖିବା ନେଇ ଚେଷ୍ଟା ଜାରିରହିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଖୁଦ୍ରା ମୁଦ୍ରାସ୍ଫୀତି ୭.୦ ରହିଥିଲା । ସୂଚନାଯୋଗ୍ୟ, ଆରବିଆଇ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ରିଜର୍ଭ ବ୍ୟାଙ୍କ୍ ରେପୋରେଟ୍ କୁ ୦.୫ ପ୍ରତିଶତ ବୃଦ୍ଧି କରି ୫.୪ ପ୍ରତିଶତ କରିଥିଲେ । ରେପୋରେଟ୍ ୩ ବର୍ଷ ଉଚ୍ଚ ସ୍ତରରେ ପହଞ୍ଚିଛି ।

ସେହିପରି ଇଣ୍ଡଷ୍ଟ୍ରିଆଲ ପ୍ରୋଡକ୍ସନରେ ଜୁନ୍ ୨୦୨୨ ରେ ୧୨.୩ ପ୍ରତିଶତ ବୃଦ୍ଧି ହୋଇଛି ।

Get real time updates directly on you device, subscribe now.