fbpx

୩ ମାସରେ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ପିତି ହାର

ନୂଆଦିଲ୍ଲୀ: ଦେଶରେ ତିନି ମାସରେ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ପିତି(ମହଙ୍ଗା ଦର)। ଅକ୍ଟୋବର ୨୦୨୨ ପାଇଁ ଘରୋଇ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ତଥ୍ୟ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ନିୟୋଜନ ମନ୍ତ୍ରଣାଳୟ ଦ୍ୱାରା ସୋମବାର ପ୍ରକାଶ ପାଇଛି। ସର୍ବଶେଷ ତଥ୍ୟ ଅନୁଯାୟୀ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୭୭ ପ୍ରତିଶତକୁ ଖସି ଆସିଛି। ଯାହା ସେପ୍ଟେମ୍ବର ମାସରେ ୭.୪୧ ପ୍ରତିଶତ ଥିଲା । ତେବେ ଲଗାତାର ୧୦ମ ମାସ ପାଇଁ ଖୁଚୁରା ମୁଦ୍ରାସ୍ପିତି ହାର ୬ ପ୍ରତିଶତ ଉପରେ ରହିଛି ।

ମୁଦ୍ରାସ୍ପିତି ହ୍ରାସ ପରେ ମଧ୍ୟ ମହଙ୍ଗା ହାର ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଧାର୍ଯ୍ୟ ସ୍ତର ଉପରେ ରହିଛି । ୨ରୁ ୬ ପ୍ରତିଶତ ମଧ୍ୟରେ ମହଙ୍ଗା ହାର ରଖିବାକୁ ଆରବିଆଇ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଯାହା ଚଳିତ ବର୍ଷ ଜାନୁଆରି ପରଠୁ ଖୁଚୁରା ମୁଦ୍ରାସ୍ପିତି ହାର ୬ ପ୍ରତିଶତ ଉପରେ ରହିଛି ।

 

ସେହିପରି ହୋଲସେଲ ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ ପାଇଛି। ଅକ୍ଟୋବରରେ ହୋଲସେଲ ମୁଦ୍ରାସ୍ଫୀତି ୧୯ ମାସର ସର୍ବନିମ୍ନ ୮.୩୯ ପ୍ରତିଶତକୁ ଖସି ଆସିଛି। ଦେଢବର୍ଷ ପରେ ଅକ୍ଟୋବରରେ ପ୍ରଥମ ଥର ପାଇଁ ହୋଲସେଲ ମୁଦ୍ରାସ୍ଫୀତି ଏକକ ସଂଖ୍ୟାରେ ରହିଛି। ଏହାପୂର୍ବରୁ ମାର୍ଚ୍ଚ ୨୦୨୧ ରେ ଏହା ୭.୮୯ ପ୍ରତିଶତରେ ପହଞ୍ଚିଥିଲା। ଏପ୍ରିଲ୍ ୨୦୨୧ ଠାରୁ, ହୋଲସେଲ ମୁଦ୍ରାସ୍ଫୀତି କ୍ରମାଗତ ୧୮ ମାସ ପାଇଁ ୧୦ ପ୍ରତିଶତ କିମ୍ବା ଅଧିକ ରହିଥିଲା। ସେପ୍ଟେମ୍ବରରେ ଏହା ୧୦.୭୯ ପ୍ରତିଶତ ଥିବାବେଳେ ଏକ ବର୍ଷ ପୂର୍ବରୁ ଅକ୍ଟୋବର ୨୦୨୧ ରେ ଏହା ୧୩.୮୩ ପ୍ରତିଶତ ଥିଲା।

Get real time updates directly on you device, subscribe now.