fbpx

IPO ବିକ୍ରି ; ଏକ ଘଣ୍ଟାରେ ୫୩୫୨ କୋଟି ଆୟ କଲା Nykaa

Advertisement

ନୂଆଦିଲ୍ଳୀ: ମହିଳା ପ୍ରସାଧନ ସାମଗ୍ରୀ ବିକ୍ରି କରୁଥିବା କମ୍ପାନୀ ନାଇକା ପକ୍ଷରୁ ଏହାର ଆଇପିଓ ଲଞ୍ଚ କରାଯାଇଛି । କମ୍ପାନୀକୁ ପୂର୍ବରୁ ସେବିର ଅନୁମତି ମିଳି ସାରିଥିବା ବେଳେ ଗୁରୁବାର ଏହାର ଆଇପିଓ ପବ୍ଲିକ ହୋଇଥିଲା । ଏହି ଆଇପିଓ ଲଞ୍ଚ ହେବା ସହିତ ଏହା କମ୍ପାନୀକୁ ବେଶ ଫାଇଦା ପ୍ରଦାନ କରିଛି । ଆଇପିଓ ବା ଇନିସିଆଲ ପବ୍ଲିକ୍ ଅଫରିଙ୍ଗରେ କମ୍ପାନୀ ୫୩୫୨ କୋଟି ଟଙ୍କା ଆୟ କରିବାରେ ସକ୍ଷମ ହୋଇଛି । ଆଇପିଓ ଲଞ୍ଚ ହେବାର ମାତ୍ର ଏକ ଘଣ୍ଟା ମଧ୍ୟରେ କମ୍ପାନୀ ନିବେଶକଙ୍କ ନିକଟରୁ ୫୩୫୨ କୋଟି ଟଙ୍କା ଆୟ କରିବାରେ ସମର୍ଥ ହୋଇଥିଲା ।

କମ୍ପାନୀର ଅଂଶଧନ ମୂଲ୍ୟ ୧୦୮୫ ରୁ ୧୧୨୫ ମଧ୍ୟରେ ରହିଥିବା ବେଳେ ପ୍ରମୋଟରଙ୍କ ନିକଟରୁ ୬୩୦ କୋଟି ଏବଂ ୪.୧୯ କୋଟି ଅଂଶଧନରୁ ୪୭୨୧ କୋଟି ଟଙ୍କା ନିବେଶ ସଂଗ୍ରହରେ ସମର୍ଥ ହୋଇଛି । ସମୁଦାୟ ୭.୧ ବିଲିୟନ ଡଲାର ବା ୫୩୨୦୪ କୋଟି ଟଙ୍କାର ଅଂଶଧନ ବିକ୍ରି ପାଇଁ ଉପଲବ୍ଧ ଥିବା ଜଣାପଡିଛି । ଅପରାହ୍ନ ୨ଟା ସୁଦ୍ଧା ଏହି ଆଇପିଓକୁ ୫୭ ପ୍ରତିଶତ ସବସ୍କ୍ରିପସନ ମିଳିଥିଲା । ରିଟେଲ ଇନଭେଷ୍ଟର ମାନେ ଏହି ଆଇପିଓ ପାଇଁ ୨.୩୯ ଗୁଣ ଅଧିକ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.