fbpx

ଅବସରପ୍ରାପ୍ତ IAS ଅଫିସର ଅରୁଣ ଗୋଏଲ ନିର୍ବାଚନ କମିଶନର ନିଯୁକ୍ତ

ନୂଆଦିଲ୍ଲୀ: ଗୁରୁତ୍ୱପୂର୍ଣ୍ଣ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଅବସରପ୍ରାପ୍ତ IAS ଅଫିସର ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଦେଶର ସର୍ବୋଚ୍ଚ ସଂସ୍ଥାର ତୃତୀୟ ପଦବୀ ପ୍ରାୟ ୩ ମାସ ଧରି ଖାଲି ପଡିଥିଲା। ଭାରତ ସରକାର ଏନେଇ ସୂଚନା ଦେଇଛନ୍ତି । ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଗୋୟେଲ ତତ୍କାଳ ପ୍ରଭାବରେ ତାଙ୍କର କାର୍ଯ୍ୟଭାର ସମ୍ଭାଳିବେ । ଅରୁଣ ଗୋୟେଲ ୧୯୮୫ ବ୍ୟାଚ୍ ପଞ୍ଜାବ କ୍ୟାଡର ଆଇଏଏସ୍ ଅଫିସର ।

ଅରୁଣ ଗୋୟେଲ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହିତ ନିର୍ବାଚନ ପ୍ୟାନେଲ୍‌ରେ ରହିବେ । ରାଜୀବ କୁମାର ବର୍ତ୍ତମାନ ଦେଶରେ ମୁଖ୍ୟ ନିର୍ବାଚନ ଅଧିକାରୀ ଅଛନ୍ତି । ଚଳିତ ବର୍ଷ ସେ ଏହି ପଦବୀରେ ନିଯୁକ୍ତ ହୋଇଥିଲେ । ଭାରତର ସରକାରରେ ସଚିବ ପଦବୀରୁ ସ୍ୱଇଚ୍ଛାରେ ଅବସର ନେବାର ଗୋଟିଏ ଦିନ ପରେ ଏହି ଘୋଷଣା ହୋଇଛି । ଆଇଏଏସ୍ ଅଧିକାରୀ ପଦବୀରୁ ଅବସର ନେବା ଗୋଟିଏ ମାସ ପୁର୍ବରୁ ସେ ସ୍ୱଇଚ୍ଛାରେ ଅବସର ନେଇଥିଲେ ।

Get real time updates directly on you device, subscribe now.