ନୂଆଦିଲ୍ଲୀ: ବଡ଼ ଲକ୍ଷ୍ୟ ପାଇଁ ଛୋଟ ଛୋଟ ପଦକ୍ଷେପ ନେବାକୁ ପଡିଥାଏ । ଯଦି ଆପଣ ଭାବୁଛନ୍ତି ଯେ, ଏହି ପଦକ୍ଷେପରେ ପାହାଡରେ ଚଢିଯିବେ ତେବେ ଏହା ଅସମ୍ଭବ । ଏପରି କିଛି ନିବେଶ ସହ ଅଛି । ଯଦି ଆପଣ ଚାହୁଁଛନ୍ତି ଯେ, ଅବସର ପରେ ଆପଣଙ୍କ ପାଖରେ ଏତିକି ଟଙ୍କା ଥାଉ ଯେ, ଆପଣ ଭଲଭାବେ ନିଜ ଜୀବନ ବିତାଇପାରିବେ । ତେବେ ଆପଣଙ୍କୁ ଏଥିପାଇଁ ପ୍ରସ୍ତୁତି ଏବେଠାରୁ କରିବାକୁ ପଡିବ । ଆସନ୍ତୁ ଜାଣିବା ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନରେ ମାସିକ୧୦ହଜାର ଟଙ୍କା ନିବେଶ କରି ୧ କୋଟି ଟଙ୍କାର ଅବସରପ୍ରାପ୍ତ ଫଣ୍ଡ କରିବାକୁ କେତେ ସମୟ ଲାଗିବ ।
୧୦ ପ୍ରତିଶତ ବାର୍ଷିକ ରିଟର୍ଣ୍ଣ:
ଆନୁମାନିକ ଲାଭ:୭୪.୬୪ ଲକ୍ଷ ଟଙ୍କା
୨୨.୫ ବର୍ଷରେ ସମୁଦାୟ ଫଣ୍ଡ: ୧.୦୨ କୋଟି ଟଙ୍କା
ଏହାକୁ ଋଣ ଅନୁଯାୟୀ ଦେଖିଲେ, ୨୫ ବର୍ଷର ଅନେକ ବ୍ୟକ୍ତି ଏସଆଇପି ମାଧ୍ୟମରେ ମିଚ୍ୟୁଆଲ ଫଣ୍ଡରେ ମାସିକ ୧୦ହଜାର ଟଙ୍କାର ନିବେଶ କରି ୨୨.୫ ବର୍ଷରେ କୋଟିପତି ହୋଇପାରନ୍ତି ।
୧୪ ପ୍ରତିଶତ ବାର୍ଷିକ ରିଟର୍ଣ୍ଣ:
୧ କୋଟିର ଫଣ୍ଡ ପର୍ଯ୍ୟନ୍ତ ପହଞ୍ଚିବାର ସମୟ: ୨୦ ବର୍ଷ(ସମୟସୀମା ୪୫)
ସମୁଦାୟ ନିବେଶ: ୨୪ ଲକ୍ଷ ଟଙ୍କା
ଆନୁମାନିକ ରିଟର୍ଣ୍ଣ: ୮୩ ଲକ୍ଷ ଟଙ୍କା
ସମୁଦାୟ ଫଣ୍ଡ: ୧.୦୫ କୋଟି ଟଙ୍କା
ପ୍ରତି ମାସରେ ୧୦ ହଜାର ଟଙ୍କା ନିବେଶରେ ୧୪ ପ୍ରତିଶତ ରିଟର୍ଣ୍ଣ ସହ ନିବେଶକ କେବଳ ୧୮.୫ ବର୍ଷରେ ୧ କୋଟି ଟଙ୍କିଆ ଫଣ୍ଡର ଲକ୍ଷ ପ୍ରାପ୍ତ କରିପାରିବ ।