GST ଦର ପରିବର୍ତ୍ତନରେ ଏତିକି କୋଟି ହେବ ରାଜସ୍ୱ ଘାଟା, ଜାଣନ୍ତୁ କ’ଣ କହୁଛି SBI ରିପୋର୍ଟ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟି ଦର ହ୍ରାସ କରିଛନ୍ତି, ଏଥିରେ ସରକାର କେତେ କ୍ଷତି ସହିବେ, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ବସ୍ତୁ ଏବଂ ସେବା କରର ଦର ହ୍ରାସରେ ସରକାରଙ୍କୁ ରାଜସ୍ୱ ଆୟରେ ଘାଟା ହୋଇପାରେ। ଅନୁମାନ କରାଯାଇଛି ଯେ, ଜିଏସଟି ଦର ହ୍ରାସ ହେଲେ ୨୦୨୬ରେ କେନ୍ଦ୍ର ସରକାରଙ୍କୁ ୩,୭୦୦ କୋଟିର ରାଜସ୍ୱ ହ୍ରାସ, ୪୮,୦୦୦ କୋଟିର ଗ୍ରସ୍ ରେଭେନ୍ୟୁ ଲସ୍ ଏବଂ ୨୫,୭୯୪ କୋଟିର ନେଟ୍ ରେଭେନ୍ୟୁ ଲସ୍ ହୋଇପାରେ। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ରିପୋର୍ଟରେ ଏହି ଅନୁମାନ ଲଗାଯାଇଛି।

୪ରୁ ହ୍ରାସ ହୋଇ ୨ କରାଯାଇଛି ଜିଏସଟି ଦର: ଜିଏସଟି କାଉନସିଲର ୫୬ତମ ମିଟିଂରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସହମତିରେ ଜିଏସଟିର ଦରକୁ ହ୍ରାସ କରିବାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଜିଏସଟିର ୪ ଦର ୫, ୧୨, ୧୮ ଏବଂ ୨୮ ପ୍ରତିଶତ ଥିଲା।

ହେଲେ ବର୍ତ୍ତମାନ ଏହି ଦର କେବଳ ୫ ଏବଂ ୧୮ ପ୍ରତିଶତ ରହିଛି। ସେହିପରି ଲଗଜରୀ ଏବଂ ସିନ ପ୍ରଡକ୍ଟସ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବାର ଘୋଷଣା କରାଯାଇଛି।

ଏହି ପରିବର୍ତ୍ତନକୁ ମଧ୍ୟମ ବର୍ଗର ଲୋକଙ୍କ ପାଇଁ ସବୁଠୁ ବଡ଼ ଫାଇଦା କୁହାଯାଇଛି। କାରଣ ଜିଏସଟିର ଦର ବଦଳିବାରେ ଅନେକ ଜିନିଷର ଦର ହ୍ରାସ ହୋଇଯିବ।

ସରକାରଙ୍କର ହେବ ଏତିକି ଘାଟା: ଏସବିଆଇ ରିପୋର୍ଟ ମୁତାବକ, ଆର୍ଥିକ ବର୍ଷ ୨୦୨୪ ଅନୁସାରେ, ରାଜସ୍ୱ ଘାଟା ୬୯୬୦ ଟଙ୍କା ରହିବାର ଅନୁମାନ କରାଯାଉଥିଲା। ହେଲେ ଉପଭୋଗ ଏବଂ ବିକାଶ ଦର ବଢିବାରେ ଆର୍ଥିକ ବର୍ଷ ୨୦୨୬ରେ ଏହି ଘାଟା ୩୭୪୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।