ଜଙ୍ଗଲରେ ମୋହନ ସରକାର କରିବେ ଧାନ ଚାଷ! ବନ୍ଦ ହେବ ହାତୀ ମଣିଷ ଲଢେଇ

ଜଙ୍ଗଲ ବିଭାଗ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ। ଏ ବାବଦ ଖର୍ଚ୍ଚ ନେଇ ରିପୋର୍ଟ ପ୍ରସ୍ତୁତ ହେଉଛି ।

ଭୁବନେଶ୍ୱର: ଜଙ୍ଗଲ, ପାହାଡ ଓ ପ୍ରକୃତି ଭିତରେ ଆଦିବାସୀ ଜନଜାତିର ଲୋକେ ବସବାସ କରନ୍ତି । ରାଜ୍ୟର ଚାରି ଭାଗ ଲୋକଙ୍କ ମଧ୍ୟରୁ ଏକ ଭାଗ ହେଉଛନ୍ତି ଆଦିବାସୀ । ଜଙ୍ଗଲ ସେମାନଙ୍କର କେବଳ ଘର ଦ୍ଵାର ନୁହେଁ ବରଂ ସବୁକିଛି ।

ପଶୁ , ମଣିଷ ପରସ୍ପର ସହ ଲଢେ଼ଇ ନ କରି ମିଶି ରହିବାକୁ ହେବ । ଯାହା ପାଇଁ ଜଙ୍ଗଲ ବି ସୁରକ୍ଷିତ ରହିବ। ବୃକ୍ଷ ଲଗାଇବା,ସୁରକ୍ଷା ଦେବା ଓ ବଞ୍ଚାଇ ରଖିବାର ଆବଶ୍ୟକତା ରହିଛି । ଗଛର ଯତ୍ନ ନେଲେ ତାହା ଆମ ପରିବେଶକୁ ପ୍ରଦୃଷଣ ମୁକ୍ତ ରଖିବ ।

ମାକ୍ରୋ ମ୍ୟାନେଜମେଣ୍ଟ କରୁଥିବା ଅଧିକାରୀର ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜଙ୍ଗଲରେ ରହୁଥିବା ଆଦିବାସୀମାନେ ଲଘୁ ଜାତୀୟ ଦ୍ରବ୍ୟକୁ ନେଇ ତାଙ୍କର କିଛି ଦିନ ଜୀବନ କଟାଇ ଦେଉଛନ୍ତି । ସେହି ଜଙ୍ଗଲରେ ତାଙ୍କ ଖାଦ୍ୟ ଓ ତାଙ୍କ ଜୀବନ ଜୀବିକା ଓ ସଂସ୍କୃତି ରହିଛି ।

ଅନ୍ୟପଟେ ପ୍ରଦୂଷଣ ଆମ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି। ବର୍ତମାନ ଯୁଗରେ ଶିଳ୍ପର ଆବଶ୍ୟକତା ରହିଛି। ପ୍ରଦୂଷଣ ହେବ କିନ୍ତୁ ତାର ନିରାକରଣ କରିବାକୁ ଆମେ ଧ୍ୟାନ ଦେବାର ଆବଶ୍ୟକ ରହିଛି । କମ୍ପାନୀ ଗୁଡ଼ିକୁ ବାଟକୁ ଆଣିବା ଆମ ଦାୟିତ୍ଵ ।

ମଣିଷ ହାତୀ ଲଢେଇ ସ୍ଵାଭାବିକ କଥା । ଜଙ୍ଗଲରେ ଧାନ ଚାଷ କରିବା । ହାତୀ ଯାହା ଖାଦ୍ୟ ଖାଆନ୍ତି ତାହାକୁ ଚାଷ ଜଙ୍ଗଲରେ କରିବା ଆବଶ୍ୟକ ରହିଛି । ହାତୀ ତାଙ୍କ ଖାଦ୍ୟ ଖାଇବା ପାଇଁ ଜଙ୍ଗଲ ବାହାରକୁ ଆସୁଛନ୍ତି । ଯଦି ଆମେ ତାଙ୍କୁ ସେହି ଜଙ୍ଗଲରେ ଯୋଗାଇ ଦେବା ତେବେ ସେମାନେ ଆଉ ଆସିବେ ନାହିଁ ।

ଧାନ ହେଲେ ଆମେ କାଟି ଆଣିପାରିବା। ଧାନ ଚାଷକୁ ଧାନ ଚାଷ ହେଲା । ହାତୀଙ୍କୁ ତାଙ୍କ ଖାଦ୍ୟ ବି ପାଇପାରିବେ । ଆଉ ହାତୀ ଗାଁକୁ ଆସିବେ ନାହିଁ । ହାତୀ ବି ନିଜେ ବିଚାର କରିବ ମୋ ପାଇଁ ତ ଜଙ୍ଗଲରେ ସବୁ କିଛି ସରକାର ଦେଉଛନ୍ତି ଆଉ କାହିଁକି ବାହାରକୁ ଯିବି ।

ମୁଁ ଭାବୁଛି ଯଦି ଏ ଭଳି ପଦକ୍ଷେପ ନେବା ତେବେ ହାତୀ ମଣିଷ ଲଢେଇ ରୋକି ପାରିବା। କେତେ ଟଙ୍କା ଖର୍ଚ୍ଚ ହେବ ଆମେ କରିବା । କାଲି ଖବର ଆସିଲା କି କେନ୍ଦ୍ର ଦେଉଥିବା ଅର୍ଥ ଖର୍ଚ୍ଚ ହେଉ ନାହିଁ ।

ମୁଁ ସାଙ୍ଗେ ସାଙ୍ଗେ ମୁଖ୍ୟ ଶାସନ ସଚିବଙ୍କ ସହ କଥା ହେଲି କେମିତି ଅର୍ଥ ସଠିକ୍ ଭାବରେ ଖର୍ଚ୍ଚ ହେବ । ଆମେ ଭଲ ଅଫିସର ହେବାକୁ ଉଦ୍ୟମ କରିବା । ଜଙ୍ଗଲର ସୁରକ୍ଷା ପାଇଁ ଆସୁଥିବା ଫାଇଲ କୁ ଫିତା ବାନ୍ଧି ରଖିବା ନାହିଁ ତାହାକୁ କାର୍ଯ୍ୟକାରୀ କରିବା । ପ୍ରକୃତିର ସୁରକ୍ଷା ଆମର ଦାୟିତ୍ଵ ।