ବଢ଼ିଲା 14 ପ୍ରକାର ଫସଲର MSP, ଖରିଫ ଫସଲ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: 14 ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କଲେ କେନ୍ଦ୍ର ସରକାର ।ଧାନର ଏମଏସପି ୬୯ ଟଙ୍କାକୁ ବୃଦ୍ଧି । କ୍ୟାବିନେଟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଧାନର କ୍ୱିଣ୍ଟାଲ ପିଛା ଏମଏସପି ୬୯ ଟଙ୍କା ବୃଦ୍ଧି । ୨୩୬୯ ଟଙ୍କାକୁ ବୃଦ୍ଧି କଲେ କେନ୍ଦ୍ର ସରକାର । ପ୍ରସ୍ତାବକୁ ଅର୍ଥନୈତିକ ବ୍ୟାପାର କ୍ୟାପିନେଟ କମିଟି ଅନୁମୋଦନ କରିଥିବା ସୂଚନା ।

ଧାନ ଏମଏସପି ବାବଦକୁ କେନ୍ଦ୍ର ସରକାର ଦେଉଥିବା ୨୩ ଶହ ଟଙ୍କା ୨୩୬୯ ଟଙ୍କାକୁ ବୃଦ୍ଧି କରାଯାଇଛି ।

କ୍ୱିଣ୍ଟାଲ ପିଛା ୮ ଶହ ଟଙ୍କା ବୋନସ ଦେଉଥିଲେ ରାଜ୍ୟ ସରକାର । ହରଡ଼ ଡାଲିରେ ୪୫୦ ଟଙ୍କା ଏମଏସପି ବୃଦ୍ଧି ହୋଇଛି ।
ସେହିପରି ମୁଗଡ଼ାଲିରେ ୮୬ ଟଙ୍କା ଏମଏସପି ବଢ଼ିଥିବାବେଳେ ମାଣ୍ଡିଆରେ ୫୯୬ ଟଙ୍କା ଏବଂ ବିରିରେ ୪୦୦ ଟଙ୍କାର ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।