ରାସ୍ତାରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌, ଡ୍ରାଇଭର ମୃତ

ପାଟଣାଗଡ଼: ବେଲପଡ଼ା ଥାନା ଭରୁଆମୁଣ୍ଡା ଛକ ନିକଟରେ ଦୁର୍ଘଟଣା । ଏକ ଚାଉଳ ବୋଝେଇ ଟ୍ରକ୍ ଓଲଟି ପଡ଼ିବା ଯୋଗୁଁ ଡ୍ରାଇଭର ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସ୍ଥାନୀୟ ଲୋକେ ଉକ୍ତ ଡ୍ରାଇଭରକୁ ୪ ଘଣ୍ଟା ପରେ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲ ସ୍ଥାନାନ୍ତର କରିଥିଲେ । ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ଭାରସାମ୍ୟ ହରାଇ ଟ୍ରକଟି ଓଲଟିପଡ଼ିଥିବା ଅନୁମାନ କରାଯାଉଛି ।