fbpx
BSKY SKY
BSKY SKY

ରିସର୍ଚ୍ଚ ତଥ୍ୟ ଚମକାଇ ଦେଲା! ଧନୀ, ପୁରୁଷ ଓ ଗୋରା ଲୋକଙ୍କ ଠାରେ ବ୍ୟାପୁଛି ‘Melanoma’ ନାମକ ଏକ ଘାତକ କ୍ୟାନସର

BSKY

ନୂଆଦିଲ୍ଲୀ: ମଣିଷର ଶରୀର ଓ ସ୍ୱାସ୍ଥ୍ୟକୁ ନେଇ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟର ପର୍ଦ୍ଦାଫାଶ କରୁଛନ୍ତି । ତେବେ ଏହା ମଧ୍ୟରେ ରିସର୍ଚ୍ଚରୁ ମିଳିଛି ଏକ ନୂଆ ତଥ୍ୟ । ଅଧିକ ରୋଜଗାର କରୁଥିବା ଲୋକମାନେ ଚର୍ମ କର୍କଟରେ ଅଧିକ ମାତ୍ରାରେ ସଂକ୍ରମିତ ହେଉଥିବା ଉକ୍ତ ରିପୋର୍ଟରେ କୁହାଯାଇଛି । ସାଧାରଣ ଲୋକଙ୍କ ଅପେକ୍ଷା ଧନୀ ଲୋକଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ଦେଖାଯାଉଥିବା କୁହାଯାଇଛି ।

ରିସର୍ଚ୍ଚ ମୁତାବକ, ଆଟଲାଣ୍ଟିକ ଅଞ୍ଚଳରେ ରହୁଥିବା ଓ କାନାଡ଼ାରେ ବସବାସ କରୁଥିବା ଲୋକଙ୍କ ଠାରେ ମେଲାନୋବା ବା ସ୍କିନ କ୍ୟାନସରର ଆଶଙ୍କା ଅଧିକ ରହିଥାଏ । ମେଲାନୋମା ନାମକ ଏକ ଘାତକ ଓ ଭୟଙ୍କର କ୍ୟାନସର, ଯାହାକି ତ୍ୱଚାକୁ ଆକ୍ରମଣ କରିଥାଏ । କାନାଡ଼ାର ମ୍ୟାକଗିଲ ୟୁନିଭରସିଟି ପକ୍ଷରୁ କରାଯାଇଥିବା ଉକ୍ତ ରିସର୍ଚ୍ଚରେ ଚର୍ମ କର୍କଟ ବିଷୟରେ ଅନେକ ତଥ୍ୟ ପ୍ରଦାନ କରାଯାଇଛି ।

ବର୍ତ୍ତମାନ ସାରା ବିଶ୍ୱରେ ଚର୍ମ କର୍କଟର ମାମଲା ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ବିଶେଷ କରି କାନାଡ଼ା ଓ ଆଟଲାଣ୍ଟିକ ରିଜିଅନରେ ରହୁଥିବା ଲୋକମାନେ ଏହାର ଶିକାର ପାଲଟୁଛନ୍ତି । କାନାଡ଼ାରେ ପ୍ରତି ୩ ଜଣରୁ ଜଣେ ଚର୍ମ କର୍କଟରେ ସଂକ୍ରମିତ ହେଉଛନ୍ତି । ଏହି ସଂକ୍ରମଣ କାରଣ ବିଷୟରେ ଜାଣିବା ପାଇଁ ଏହି ଗବେଷଣା କରାଯାଇଥିଲା । ଅଧିକ ରୋଜଗାର କରୁଥିବା ଲୋକମାନେ ଏଥିରେ ବେଶି ସଂକ୍ରମିତ ହେଉଥିବା ଦେଖାଯାଉଛି ।

ତେବେ ଅଧିକ ମାତ୍ରାରେ ଖରାରେ ବୁଲିବା, ଅତିବାଇଗଣୀ ରଶ୍ମୀ ସଂସ୍ପର୍ଶରେ ଆସିବା, ସନ ବର୍ଣ୍ଣ, ଟେନିଂ ବେଡରେ ଶୋଇବା ଏଥିପାଇଁ ଦାୟୀ । ଯେଉଁମାନେ ବର୍ଷକୁ ୫୦ ହଜାର ଡଲାରରୁ ଅଧିକ ରୋଜଗାର କରନ୍ତି, ସେମାନେ ଅଧିକାଂଶ ସମୟରେ ବାହାରେ ରହିଥାନ୍ତି । ଫଳରେ ସେମାନେ ସୂର୍ଯ୍ୟଙ୍କର ଅତିବାଇଗଣୀ ସମ୍ପର୍କରେ ଆସିଥାନ୍ତି । ତେଣୁ ସେମାନେ ଚର୍ମ କର୍କଟର ଶିକାର ହୋଇଥାନ୍ତି । ମହିଳାଙ୍କ ଅପେକ୍ଷା ପୁରୁଷ ଓ ଗୋରା ଚର୍ମଧାରୀ ଲୋକ ଏଥିରେ ବେଶି ସଂକ୍ରମିତ ହେଉଥିବା ଦେଖାଯାଉଛି ।

Get real time updates directly on you device, subscribe now.