fbpx
BSKY
BJD YOUTH SKY
BJD MS SKY

କୀଟନାଶକ ସିଞ୍ଚନ ବେଳେ ଅସୁସ୍ଥ ହୋଇପଡିଲେ କୃଷକ , ୫୦୦୦ ଇଞ୍ଜେକସନ ଦେଇ ଭଲ କଲେ ଡାକ୍ତର

ପାଲି: ରାଜସ୍ଥାନ ପାଲିରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ କୃଷକ ନିଜ ଜମିରେ କୀଟନାଶକ ଔଷଧ ସିଞ୍ଚନ କରୁଥିଲେ । ଏହି ସମୟରେ କୀଟ ନାଶକ ତାଙ୍କ ଶରୀର ମଧ୍ୟକୁ ଚାଲିଯାଇଥିଲା । ଫଳରେ ସେ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇ ଥିଲେ । କିନ୍ତୁ କୀଟନାଶକ ଏତେ ବିଷାକ୍ତ ଥିଲା ଯେ, କୃଷକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା । ସମସ୍ତେ ତାଙ୍କ ବଞ୍ଚିବାର ଆଶା ଛାଡି ଦେଇଥିଲେ । କିନ୍ତୁ ଡାକ୍ତର ଚେଷ୍ଟା ଜାରି ରଖିଥିଲେ । ୨୪ ଦିନ ପର୍ଯ୍ୟନ୍ତ କୃଷକଙ୍କୁ ପ୍ରାୟ ୫୦୦୦ ଇଞ୍ଜେକସନ ଦିଆଯାଇଥିଲା । ଏବେ ରୋଗୀ ପୁର ଠିକ୍ ଅଛନ୍ତି । ଡାକ୍ତରଙ୍କ ସୂଚନା ଅନୁଯାୟୀ କୃଷକଙ୍କ ଶରୀର ମଧ୍ୟକୁ ୬୦୦ଏମଏଲ୍ କୀଟନାଶକ ଚାଲିଯାଇଥିଲା ।

ଡାକ୍ତର ପ୍ରଥମେ ରୋଗୀ ଗଳାରେ ଛିଦ୍ର କରି ତାଙ୍କୁ ଅମ୍ଳଜାନ ଦେଇଥିଲେ । କାରଣ ରୋଗୀ ନିଃଶ୍ୱାସ ବି ନେଇପାରୁ ନ ଥିଲେ । ଏହାପରେ ଡାକ୍ତର ଆଣ୍ଟିଡୋଟ ଡ୍ରଗ ଏଟ୍ରୋପିନ ଇଞ୍ଜେକସନ ଦେବା ଆରମ୍ଭ କରିଥିଲେ । ରୋଗୀକୁ ପ୍ରତିଦିନ ୨୦୮ ଇଞ୍ଜେକସନ ଦିଆଯାଉଥିଲା ଯେମିତି ବିଷର ପ୍ରଭାବ କମିଯିବ । ଏହାସହିତ ତାଙ୍କୁ ମେଡିସିନ ବି ଦିଆଯାଉଥିଲା ।

୨୪ ଦିନ ପର୍ଯ୍ୟନ୍ତ କୃଷକ ଜଣକ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ଧୀରେ ଧୀରେ ସୁସ୍ଥ ହୋଇଥିଲେ । ଏବେ ସେ ପୁରା ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏହା ପୂର୍ବରୁ ଏହିପରି ଏକ ମାମଲା ଆମେରିକାରେ ନଜର ଆସିଥିଲା । ଏଠାରେ ଜଣେ ବ୍ୟକ୍ତିଙ୍କ ଶରୀରକୁ ୩୦୦ଏମଏଲ୍ କୀଟନାଶକ ଚାଲିଯାଇଥିଲା । ଏହି ବ୍ୟକ୍ତିଙ୍କୁ ୮ ଦିନ ପର୍ଯ୍ୟନ୍ତ ୭୬୦ଟି ଇଞ୍ଜେକସନ ଦିଆଯାଇଥିଲା ।

Get real time updates directly on you device, subscribe now.