fbpx

ଦେଶର ସବୁଠୁ ଧନୀ ଗାଁ: ୧୭ଟି ବ୍ୟାଙ୍କରେ ଡିପୋଜିଟ୍ ଅଛି ୫ହଜାର କୋଟି

ଗୁଜୁରାଟ: ଭାରତରେ ଏମିତି ଏକ ଗାଁ ରହିଛି । ଯାହାକୁ ଦେଶର ସବୁଠାରୁ ଧନୀ ଗାଁ ବୋଲି କୁହାଯାଇଥାଏ । ଏଠାରେ ପ୍ରତି ଘର ଦେଖିବାକୁ ଏକଦମ୍ ମହଲ ପରି । ଖାଲି ସେତିକି ନୂହେଁ ବ୍ୟାଙ୍କ୍ ପାଇଁ ଏହି ଗାଁ ବେଶ୍ ମହତ୍ତ୍ୱପୂର୍ଣ୍ଣ । ତେଣୁ ଏଠରେ ଗୋଟିଏ କି ଦୁଇଟି ନୂହେଁ ବରଂ ରହିଛି ୧୭ଟି ବ୍ୟାଙ୍କ୍ । ଏଠାକାର ଅଧିକାଂଶ ଲୋକ ପ୍ରାୟତଃ ଲଣ୍ଡନ ଓ ୟୁରୋପରେ ରୁହନ୍ତି । ତେବେ ଏହି ଗାଁ ଏତେ ସମୃଦ୍ଧ ଯେ, ଦୁନିଆର କୋଣ ଅନୁକୋଣର ଲୋକ ଏଠାକୁ ବୁଲିବାକୁ ଆସନ୍ତି ।

ତେବେ ଦକ୍ଷିଣ ଏସିଆର ସବୁଠାରୁ ଧନୀ ଗାଁ ଗୁଜୁରାଟରେ ରହିଛି । ଏହି ଗାଁର ନାମ ହେଉଛି ମାଧାପର୍ । ଏହି ଗାଁର ଅଧାରୁ ଅଧିକ ଲୋକ ଲଣ୍ଡନରେ ରୁହନ୍ତି । ଏଠାକାର ଲୋକ ମାନେ ଲଣ୍ଡନରେ ଏକ କ୍ଲବ୍ ଖୋଲିଛନ୍ତି । ଯାହାର ଏକ ଅଫିସ୍ ବି ରହିଛି । ୧୯୬୮ରେ ଲଣ୍ଡନରେ ମାଧାପୁର ଭିଲେଜ୍ ଆସୋସିଏସ୍ ନାମକ ଏକ ସଂଗଠନ ତିଆରି ହୋଇଥିଲା ।

ଏହି ସଂଗଠନ କରିବାର ମୂଳ ଉଦ୍ଦେଶ୍ୟ ହେଲା ମାଧାପୁର ଗାଁର ଲୋକ ମାନେ ଲଣ୍ଡନରେ ଏକାଠି ଦେଖା ହୋଇପାରିବେ ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିପାରିବେ । ଏହିଭଳି ଭାବରେ ଗାଁରେ ମଧ୍ୟ ଏକ କ୍ଲବ୍ ଖୋଲାଯାଇଛି । ଏହି ଗାଁରେ ୧୭ଟି ବ୍ୟାଙ୍କ୍ ରହିଛି ଏବଂ ଏଥିରେ ୫୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଜମା ହୋଇଛି । ବିଶେଷ କରି ଏହି ଗାଁର ଲୋକମାନେ ଲଣ୍ଡନ, କାନାଡା, କେନିଆ, ୟୁଗାଣ୍ଡା, ଆମେରିକା, ଆଫ୍ରିକା ଓ ତାଞ୍ଜାନିଆରେ ବାସ କରନ୍ତି ।

ଗାଁର ଲୋକମାନେ ଦେଶ ବାହାରେ ରହୁଛନ୍ତି ସତ କିନ୍ତୁ ଗାଁ ସହିତ ସର୍ବଦା ଜଡ଼ିତ ହୋଇ ରହିଛନ୍ତି । ଗାଁ ସହିତ ଥିବା ସମ୍ପର୍କକୁ ଭାଙ୍ଗି ନାହାନ୍ତି । ବିଦେଶରୁ ରୋଜଗାର କରି ଗାଁରେ ଆଣି ଜମା କରନ୍ତି । ଏଠାରେ ଥିବା ପ୍ରତ୍ୟେକ ଘରର ଜଣେ କିମ୍ବା ଦୁଇ ଜଣ ବିଦେଶରେ ରୁହନ୍ତି ।

ଗୁଜୁରାଟର କଚ୍ଛା ଜିଲ୍ଲାରେ ଥିବା ଏହି ଗାଁରେ ପ୍ଲେ ସ୍କୁଲ୍ ଠାରୁ ଇଣ୍ଟର କଲେଜ୍ ସବୁକିଛି ରହିଛି । ଇଂରାଜୀ ମିଡିୟମ୍ ଠାରୁ ଆରମ୍ଭ କରି ହିନ୍ଦୀ ମିଡିୟମ୍ ସ୍କୁଲ୍ ସବୁକିଛି ରହିଛି । ଏହା ଏକ ସମ୍ପୂର୍ଣ୍ଣ ବିକଶିତ ଗାଁ ଭାବେ ପରିଚିତ । ଏଠାରେ ନଈ ବି ରହିଛି ତାସହିତ ପିଲାମାନଙ୍କ ଗାଧୋଇବା ପାଇଁ ସ୍ୱିମିଂ ପୁଲ୍ ମଧ୍ୟ ରହିଛି । ଗାଁରେ ଥିବା ସପିଂ ମଲ୍ ଥିବା ବେଳେ ଏଠାରେ ଅନେକ ବଡ଼ ବଡ଼ ବ୍ରାଣ୍ଡର ଗାର୍ମେଟ୍ ଠାରୁ ଆରମ୍ଭ କରି ସବୁକିଛି ଉପଲବ୍ଧ ରହିଛି । ସବୁଠାରୁ ଭଲ କଥା ହେଉଛି ଏହି ଗାଁର ଲୋକମାନେ ଚାଷ କାମ ବି କରନ୍ତି । କେହି ବି ନିଜ ଚାଷ ଜମି ବିକ୍ରି କରିନାହାନ୍ତି । ଏଠାରେ ଅତ୍ୟାଧୁନିକ ଗୌଶାଳା ଏବଂ ହେଲଥ୍ ସେଣ୍ଟର୍ ମଧ୍ୟ ରହିଛି । ବ୍ୟାଙ୍କ୍ ବ୍ୟତୀତ ପୋଷ୍ଟ ଅଫିସ୍ ରେ ବି ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଫିକ୍ସ ଡିପୋଜିଟ୍ ରହିଛି ।

Get real time updates directly on you device, subscribe now.