(Video) ସାମ୍ନାକୁ ଆସିଲା ରିଙ୍କୁ-ପ୍ରିୟାଙ୍କ ନିର୍ବନ୍ଧର ପ୍ରଥମ ଫଟୋ-ଭିଡିଓ, ଜାଣନ୍ତୁ କ’ଣ ହୋଇଛି ଖାଇବା

ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜଙ୍କ ନିର୍ବନ୍ଧର ପ୍ରଥମ ଫଟୋ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ: ଆଜି କ୍ରିକେଟର ରିଙ୍କୁ ସିଂହ ଏବଂ ସପା ସାଂସଦ ପ୍ରିୟା ସରୋଜଙ୍କର ଲକ୍ଷ୍ନୌର ସେଣ୍ଟ୍ରମ ହୋଟେଲରେ ନିର୍ବନ୍ଧ ହେଉଛି। କ୍ରିକେଟ ଏବଂ ରାଜନୀତି ଦୁନିଆର ଅନେକ ମୁଖ୍ୟ ଅତିଥି ଏହି ସମାରୋହରେ ଯୋଗ ଦେଇଛନ୍ତି।

ବର୍ତ୍ତମାନ ଏମାନଙ୍କର ପ୍ରଥମ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସେମାନେ ବହୁତ ଖୁସି ହେବାର ନଜର ଆସିଛନ୍ତି।

ପ୍ରିୟା ସରୋଜଙ୍କ ଆଖିରେ ଲୁହ: ରିଙ୍କୁ ଏବଂ ପ୍ରିୟା ଏକ ସାଙ୍ଗରେ ଷ୍ଟେଜକୁ ଏଣ୍ଟ୍ରୀ କରିଛନ୍ତି। ରିଙ୍କୁ ତାଙ୍କ ହାତ ଧରିଛନ୍ତି। ସେହିପରି ଯେତେବେଲେ ରିଙ୍କୁ ପ୍ରିୟାଙ୍କୁ ରିଙ୍ଗ୍ ପିନ୍ଧାଇଛନ୍ତି, ସେତେବେଳେ ପ୍ରିୟା ଇମୋସନାଲ ହୋଇ କାନ୍ଦି ପକାଇଛନ୍ତି।

Rinku Singh Priya Saroj Engagement LIVE: रिंकू सिंह प्रिया सरोज की सगाई की  पहली फोटो, दोनों लग रहे हैं खूबसूरत - News18 हिंदी

କ’ଣ ହୋଇଛି ଖାଇବା: ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜଙ୍କ ନିର୍ବନ୍ଧର ସ୍ପେଶାଲ ମେନ୍ୟୁ ମଧ୍ୟ ସାମ୍ନାକୁ ଆସିଛି। ମେନ୍ୟୁରେ ବେଙ୍ଗଲୀ ରସଗୁଲା, କାଜୁ ପନୀର ରୋଲ, ପନୀର ଟିକ୍କା ଏବଂ ମଟର ମଲ୍ଲାଇ ସାମିଲ ଅଛି।

ୱେଲକମ ଡ୍ରିଙ୍କରେ କୁହାଡା ଏବଂ ଷ୍ଟାର୍ଟରରେ ୟୁରୋପିୟାନ, ଚାଇନିଜ, ଏସିୟାନ ଏବଂ ଇଣ୍ଡିଆନ ବ୍ୟାଞ୍ଜନ ସାମିଲ। ଏହା ବ୍ୟତୀତ ମେନ କୋର୍ସରେ ମଲାଇ କୋପ୍ତା, କଢାଇ ପନୀର, ମିକ୍ସ ଭେଜ, ମନଚୁରିଆନ, ସ୍ପ୍ରିଙ୍ଗ ରୋଲ ଏବଂ ନୁଡଲ୍ସ ସାମିଲ। ଏହି ଖାଦ୍ୟକୁ ଲୋକଙ୍କୁ ପରସାଯିବ।