fbpx

ଛାତିରେ ଅଚାନକ କଷ୍ଟ ହେବା ହୃଦଘାତର ସଂକେତ ନୁହେଁ ତ! ଜାଣନ୍ତୁ ଏହାର ପ୍ରାରମ୍ଭିକ ଲକ୍ଷଣ

ବର୍ତ୍ତମାନ ସମୟରେ ବିଭିନ୍ନ ବୟସ ବର୍ଗର ଲୋକ ହୃଦଘାତରେ ପୀଡିତ । ବୟସ୍କ ଲୋକେ ହୁଅନ୍ତୁ ଅଥବା ଯୁବକ ସମସ୍ତେ ହୃଦଘାତର ଶୀକାର ହେଉଥିବା ଦେଖାଯାଉଛି । ତେବେ ଦେଶରେ ଶୀତଋତୁ ଆରମ୍ଭ ହୋଇସାରିଛି । ଏହି ଋତୁରେ ହୃଦଘାତର ଆଶଙ୍କା ଅନ୍ୟ ଋତୁ ଅପେକ୍ଷା ବଢ଼ିଯାଇଥାଏ । ତେବେ ହୃଦଘାତର କିଛି ପ୍ରାରମ୍ଭିକ ସଙ୍କେତ ରହିଛି ଯାହା ଅଣଦେଖା କରିବା ଦ୍ୱାରା ଆପଣଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ ।

ଆଜିକାଲି ଅଧିକାଂଶ ଲୋକ ଖରାପ ଜୀବନଶୈଳୀ ଏବଂ ଅନିୟମିତ ଖାଦ୍ୟପେୟ କାରଣରୁ ହୃଦଘାତର ଶିକାର ହେଉଛନ୍ତି। ତେବେ ବର୍ତ୍ତମାନ ସମୟରେ ହୃଦଘାତର ମାମଲା ଏତେ ସାଧାରଣ ହୋଇଗଲାଣି ଯେ ଯୁବକମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଓଜନ ବୃଦ୍ଧି, ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ ଏବଂ ଉଚ୍ଚ ରକ୍ତଚାପ । ତେବେ ହୃଦଘାତର ପ୍ରାରମ୍ଭିକ ଲକ୍ଷଣକୁ କେବେବି ଅଣଦେଖା କରିବା ଉଚିତ ନୁହେଁ ।

ଝାଳ ବାହାରିବା ସହିତ ଛାତିରେ ଭାରିପଣ- ଯଦି ଛାତିରେ ଭାରିପଣ ଲାଗିବା ସହ ଆପଣଙ୍କ ଶରୀରରୁ ଝାଳ ବାହାରୁଛି, ତେବେ ଆପଣ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଏହି ଛୋଟ ଦେଖାଯାଉଥିବା ସମସ୍ୟା ଭବିଷ୍ୟତରେ ଏକ ଗମ୍ଭୀର ରୂପ ନେଇପାରେ ।

ହୃଦସ୍ପନ୍ଦନ- ଯଦି ଆପଣ ମଧ୍ୟ ହୃଦସ୍ପନ୍ଦନରେ କୌଣସି ପ୍ରକାରର ଅସାମାନ୍ୟତା କିମ୍ବା ଅନିୟମିତତା ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଏହା ହୃଦଘାତର ପ୍ରାରମ୍ଭିକ ସଙ୍କେତ ହୋଇପାରେ ।

ଛାତି ଯନ୍ତ୍ରଣା- ଯଦି ଛାତିର ବାମ ପାର୍ଶ୍ୱରେ ପ୍ରବଳ ଯନ୍ତ୍ରଣା ହୁଏ କିମ୍ବା କୌଣସି ପ୍ରକାରର କଷ୍ଟ ଅନୁଭବ ହୁଏ, ତେବେ ଏହା ହୃଦଘାତର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

ଶ୍ୱାସକ୍ରିୟାରେ ସମସ୍ୟା- ଯଦି ଆପଣ ଶ୍ୱାସକ୍ରିୟାରେ କୌଣସି ପ୍ରକାର ଅସୁବିଧା ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କାରଣ ଏହା ହୃଦଘାତର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ।

ହଠାତ ଚେତାଶୂନ୍ୟ ହୋଇଯିବା- ଯଦି ଆପଣ ବିନା କାରଣରେ ହଠାତ ଚେତାଶୂନ୍ୟ ହୋଇ ଯାଉଛନ୍ତି ତେବେ ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ତୁରନ୍ତ ଏନେଇ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ବ୍ୟାୟାମ କରିବା ସମୟରେ ଛାତି ଯନ୍ତ୍ରଣା- ବ୍ୟାୟାମ କରିବା ସମୟରେ ଯଦି ଆପଣ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ମଧ୍ୟ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ କାରଣ ଏହା ମଧ୍ୟ ହୃଦଘାତର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ।

Get real time updates directly on you device, subscribe now.