ଋଷଭ ପନ୍ତ ହେଲେ ‘ସିକ୍ସର କିଙ୍ଗ’, ରଚିଲେ ଇତିହାସ

ନୂଆଦିଲ୍ଲୀ: ଋଷଭ ପନ୍ତ ଏକ ସ୍ପେଶାଲ ଖେଳାଳି। Birminghamରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ପନ୍ତ ନିଜର ୬୫ ରନର ଇନିଂସରେ ପ୍ରଥମ ଛକା ମାରି ସ୍ପେଶାଲ କ୍ଲବରେ ସାମିଲ ହୋଇଛନ୍ତି।

ଏଥିସହ ସେ ସେହି କାରନାମା କରିଛନ୍ତି, ଆଜି ପର୍ଯ୍ୟନ୍ତ ଇତିହାସରେ କୌଣସି ବି ବ୍ୟାଟର କରିପାରିନାହାନ୍ତି। ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ Birmingham ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ୫୮ ବଲରେ ୬୫ ରନ କରିଛନ୍ତି। ଏହି ସମୟରେ ସେ ୮ଟି ଚାରି ଏବଂ ୩ଟି ଛକା ମାରିଛନ୍ତି।

ଏଥିସହ ପନ୍ତ ୪୫ଟି ଟେଷ୍ଟ ମ୍ୟାଚରେ ହିଁ ୮୬ ଛକ୍କା ପୂରଣ କରିଛନ୍ତି। ମହେନ୍ଦ୍ର ସିଂହ ଧୋନୀଙ୍କଠାରୁ ରେସର ଆଗରେ ପହଞ୍ଚିସାରିଛନ୍ତି। ବର୍ତ୍ତମାନ ସେ କେବଳ ରୋହିତ ଶର୍ମା ଏବଂ ବୀରେନ୍ଦ୍ର ସେହବାଗଙ୍କ ପଛରେ ଅଛନ୍ତି।

ରୋହିତଙ୍କ ନାଁରେ ୮୮ ଛକ୍କା ତ ସେହିପରି ସେହବାଗଙ୍କ ନାଁରେ ସମୁଦାୟ ୯୦ ଚକ୍କା ଜାରି ହୋଇଛି। ପନ୍ତ ଏହି ଦୁହିଁଙ୍କ ରେକର୍ଡ ଏହି ସିରିଜରେ ଭାଙ୍ଗିପାରନ୍ତି ବୋଲି କୁହାଯାଉଛି।

ଏଥିସହ ପନ୍ତ ଇଂଲଣ୍ଡରେ ୨୩ ଛକ୍କା ମାରିସାରିଛନ୍ତି। ଟେଷ୍ଟ କ୍ରିକେଟ ଇତିହାସରେ ବିଦେଶୀ ଭୂଇଁରେ ସର୍ବାଧିକ ଛକା ଲଗାଇବାର ରେକର୍ଡ ଋଷଭ ପନ୍ତଙ୍କ ନାଁରେ ହୋଇସାରିଛି। ପନ୍ତ ଇଂଲଣ୍ଡକୁ ୩ଥର ଗସ୍ତ କରିଛନ୍ତି। ଏଠାରେ ସେ ରନର ବର୍ଷା କରିଛନ୍ତି।