fbpx

କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଗୋଡରେ ଲାଗିଛି ଗମ୍ଭୀର ଆଘାତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ୱିକେଟ କିପର ବା କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଛନ୍ତି ଋଷଭ ପନ୍ତ । ତାଙ୍କୁ ପିଠି, ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ଦିଲ୍ଲୀ-ଡେରାଡୁନ୍ ହାଇୱେରେ ଋଷଭଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଏହା ସହ କ୍ରିକେଟରଙ୍କ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କୁ ଗୁରୁତର ଆଘାତ ଲାଗିଥିବା ସ୍ପଷ୍ଟ ଦେଖିବାକୁ ମିଳିଛି ।

ତେବେ ଋଷଭ ପନ୍ତଙ୍କ କାର ଡିଭାଇଡରରେ ପିଟି ହୋଇଛି । ଏହି ଦୁର୍ଘଟଣା ପରେ ତାଙ୍କ କାରରେ ଭୀଷଣ ନିଆଁ ଲାଗିଥିଲା । ଦୁର୍ଘଟଣା ପରେ ତୁରନ୍ତ ଋଷଭଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ମୁତାବକ, ଋଷଭଙ୍କ ଗୋଡରେ ଗମ୍ଭୀର ଆଘାତ ଲାଗିଛି । ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଯିବ ।

ସୂଚନା ଅନୁସାରେ, ଦିଲ୍ଲୀରୁ ଘରକୁ ଫେରୁଥିବା ସମୟରେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ପନ୍ତଙ୍କୁ ତୁରନ୍ତ ରୁଡକିିରୁ ଦିଲ୍ଲୀ ପଠାଯାଇଥିଲା । ସୂଚନା ଅନୁଯାୟୀ, ତାଙ୍କ ଅବସ୍ଥା ସ୍ଥିର ରହିଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ପନ୍ତଙ୍କ କାର ରେଲିଂରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ କାରରେ ନିଆଁ ଲାଗିଯାଇଥିଲା । କାରରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ, ତାହା କାରରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା । ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି । ତାଙ୍କ ପିଠି ଏବଂ କାନ୍ଧରେ ମଧ୍ୟ ଆଘାତ ଲାଗିଛି । ପୋଲିସର ସୂଚନାନୁସାରେ, ପନ୍ତଙ୍କ ଅବସ୍ଥା ସ୍ଥିର ରହିଛି ।

ଦୁର୍ଘଟଣା ପରେ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପନ୍ତଙ୍କୁ ଦିଲ୍ଲୀ ରୋଡ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲା । ଏହା ପରେ ଅଗ୍ନିଶମ ବିଭାଗର ଟିମ୍ ଜଳୁଥିବା ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ନିଆଁ ଲିଭାଇବା ବେଳକୁ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

Get real time updates directly on you device, subscribe now.