fbpx

T20 WC-2024ରେ ସୁଯୋଗ ପାଇବେ ଋଷଭ ପନ୍ତ! ଇସାରା ଦେଲେ କୋଚ୍ ଦ୍ରାବିଡ

Advertisement

ନୂଆଦିଲ୍ଲୀ: ଟି-୨୦ ସିରିଜର ଶେଷ ମ୍ୟାଚରେ ଡବଲ ସୁପର ଓଭର ଖେଳି ଆଫଗାନିସ୍ତାନକୁ ହରାଇଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ଏବଂ ଷ୍ଟାର ବୋଲର ରବି ବିଷ୍ଣୋଇଙ୍କ ବୋଲିଂ ପାଇଁ ଭାରତ ଏହି ମ୍ୟାଚକୁ ମଧ୍ୟ ନିଜ ନାମରେ କରିଛନ୍ତି । ତେବେ ଏହି ମ୍ୟାଚ ପରେ ଟି-୨୦ ବିଶ୍ୱକପକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ଭାରତୀୟ କୋଚ୍ ରାହୁଲ ଦ୍ରାବିଡ । ଟି-୨ ବିଶ୍ୱକପରେ ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ଟିମରେ ସାମିଲ କରାଯିବ ବୋଲି କୋଚ୍ ଦ୍ରାବିଡ ଇସାରା ଦେଇଛନ୍ତି ।

ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ନିଜର ଶେଷ ଟି-୨୦ ମ୍ୟାଚ ଖେଳିସାରିଛି । ଏହି ସିରିଜ ପରେ ଭାରତୀୟ କୋଚ୍ ଦ୍ରାବିଡ ଆଗାମୀ ପ୍ଲାନ କହିଛନ୍ତି । ବିଶ୍ୱକପ ପାଇଁ ୱିକେଟ କିପର ଭାବରେ ଭାରତୀୟ ଦଳରେ ଅନେକ ବିକଳ୍ପ ରହିଥିବା ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଟିମ ଇଣ୍ଡିଆରେ ବର୍ତ୍ତମାନ ଇଶାନ୍ କିଶାନ୍, ସଞ୍ଜୁ ସାମସନ ଏବଂ ଜିତେଶ ଶର୍ମାଙ୍କ ସହିତ ଋଷଭ ପନ୍ତ ମଧ୍ୟ ଉପଲବ୍ଧ ରହିଛନ୍ତି । ଆଗାମୀ ଦିନରେ ସେମାନଙ୍କ ପ୍ରଦର୍ଶନ କିପରି ରହୁଛି, ସେହି ଅନୁସାରେ ବିଶ୍ୱକପ ଦଳରେ ଖେଳାଳିଙ୍କ ଚୟନ କରାଯିବ । ତେବେ ଦ୍ରାବିଡଙ୍କ ଏହି ବୟାନ ପରେ ଟି-୨୦ ବିଶ୍ୱକପରେ ଋଷଭ ପନ୍ତଙ୍କ ଫେରିବା ଆଶା ଆହୁରି ବଢିଯାଇଛି । ଟିମ ଇଣ୍ଡିଆର ବିଶ୍ୱକପ ଯାତ୍ରା ପାଇଁ ଋଷଭ ପନ୍ତ ମଧ୍ୟ ଜଣେ ଭଲ ବିକଳ୍ପ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଆଫଗାନିସ୍ତାନ ବିପକ୍ଷ ସିରିଜ ପରେ ଭାରତକୁ ସିଧା ବିଶ୍ୱକପରେ ହିଁ ଟି-୨୦ ମ୍ୟାଚ ଖେଳିବାକୁ ପଡ଼ିବ । ତେଣୁ ଏହି ମେଗା ଇଭେଣ୍ଟ ପାଇଁ ଏକ ଶକ୍ତିଶାଳୀ ଦଳ ଚୟନ କରିବା ପାଇଁ ଆଫଗାନିସ୍ତାନ ବିପକ୍ଷ ସିରିଜ ହିଁ ଭାରତ ପାଖରେ ଶେଷ ବିକଳ୍ପ ରହିଥିଲା । ଏହି ସିରିଜ ପରେ କୋଚ୍ ଦ୍ରାବିଡ ନିଜ ପ୍ଲାନ ବିଷୟରେ କହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଏକ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରିଛି । ଆଫଗାନିସ୍ତାନ ବିପକ୍ଷ ସିରିଜ ପରେ ଭାରତକୁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବରେ ଶିବମ୍ ଦୁବେଙ୍କୁ ପାଇଛି ଟିମ ଇଣ୍ଡିଆ । ସେ ଏହି ସିରିଜରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର୍ ରହିଥିବା ବେଳେ ପ୍ଲେୟର ଅଫ୍ ଦ ସିରିଜ ଭାବରେ ବିବେଚିତ ହୋଇଛନ୍ତି ।

Get real time updates directly on you device, subscribe now.