fbpx

T-20 World Cup-2024 ଖେଳିବେ ଋଷଭ ପନ୍ତ! ଟିମ ଇଣ୍ଡିଆକୁ ଫେରିବା ପାଇଁ ଚାଲିଛି କସରତ

ନୂଆଦିଲ୍ଲୀ: ଗୁରୁତର ଆହତ ଯୋଗୁଁ ଦୀର୍ଘ ଦିନ ହେଲା କ୍ରିକେଟରୁ ଦୂରେଇ ରହିଛନ୍ତି ୱିକେଟ କିପର ଋଷଭ ପନ୍ତ । ତେବେ ବର୍ତ୍ତମାନ ସେ ସୁସ୍ଥ ହେଉଥିବା ବେଳେ ଖୁବଶୀଘ୍ର ଟିମ ଇଣ୍ଡିଆକୁ କମବ୍ୟାକ କରିବା ନେଇ ଆଶା ବୃଦ୍ଧି ପାଉଛି । କ୍ରିକେଟର ବିଭିନ୍ନ କାର୍ଯ୍ୟକ୍ରମରେ ସେ ସାମିଲ ହେଉଥିବାର ଫଟୋ ଏବଂ ଭିଡିଓ ମଧ୍ୟ ପୋଷ୍ଟ କରୁଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ କରିପାରି ନାହାନ୍ତି । ଏହାମଧ୍ୟରେ ଋଷଭ ପନ୍ତ ଆଉ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହାକୁ ଦେଖିବା ପରେ ଟିମ ଇଣ୍ଡିଆକୁ ତାଙ୍କର କମବ୍ୟାକକୁ ନେଇ ଆହୁରି ଆଶାବାଦୀ ହୋଇଛନ୍ତି ଫ୍ୟାନ୍ସ ।

ଆଜି ଋଷଭ ପନ୍ତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଟ୍ରେଡମିଲ ଉପରେ ଦୌଡୁଥିବାର ଦେଖାଯାଇଛି । ଏହାସହିତ ସେ ନିଜ ରିକଭରୀ ବିଷୟରେ ମଧ୍ୟ କହୁଥିବାର ଦେଖାଯାଉଛି । ଏଥିରୁ ଅନୁମାନ କରାଯାଉଛି ଯେ, ସେ ଖୁବଶୀଘ୍ର ଟିମ ଇଣ୍ଡିଆକୁ କମବ୍ୟାକ କରିବାକୁ ଯାଉଛନ୍ତି । ଆସନ୍ତା ଟି-୨୦ ବିଶ୍ୱକପରେ ମଧ୍ୟ ସେ ଦଳରେ ସାମିଲ ହୋଇପାରନ୍ତି ବୋଲି କିଛି କ୍ରିକେଟପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । କାରଣ ଏଥିପାଇଁ ଋଷଭ କଠିନ ପରିଶ୍ରମ କରୁଥିବା ନଜର ଆସିଛି । ସେଥିପାଇଁ ଏକ ସ୍ୱତନ୍ତ୍ର ଟେଡମିଲ ମେସିନ୍ ରେ ଅଭ୍ୟାସ କରୁଛନ୍ତି କ୍ରିକେଟର ଋଷଭ ପନ୍ତ । ଋଷଭ ଅଭ୍ୟାସ କରୁଥିବା ଏହି ଟ୍ରେଡମିଲ ସାଧାରଣ ଟ୍ରେଡମିଲ ନୁହେଁ ।

Rishabh Pant

ଅନେକ ରିପୋର୍ଟରେ ଦାବି ହୋଇଛି ଯେ, ଏହି ଟ୍ରେଡମିଲ୍ ନାସା ଦ୍ୱାରା ଡିଜାଇନ୍ କରାଯାଇଛି, ଏହା ଏକ ପ୍ରକାର ଆଣ୍ଟି ଗ୍ରାଭିଟି ଟ୍ରେଡମିଲ୍, ଯାହା ରିକଭରୀ ପାଇଁ ଭଲ କାମ କରେ । ବିଶେଷକରି କ୍ରୀଡା ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ଏହି ଯନ୍ତ୍ର ଅତ୍ୟନ୍ତ ପ୍ରଭାବଶାଳୀ । ଏହା ଏକ ସାଧାରଣ ଟ୍ରେଡମିଲ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ, କାରଣ ଏହା ଉପରେ ଚାଲିବାବେଳେ ଶରୀର ଚାରିପାଖରୁ ଘେରି ରହିଥାଏ ।

Get real time updates directly on you device, subscribe now.