fbpx

ଇତିହାସ ରଚିଲେ ଋଷି ସୁନକ, ଦୀପାବଳିରେ ବ୍ରିଟେନକୁ ମିଳିଲା ହିନ୍ଦୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହୋଇ ଇତିହାସ ରଚିଛନ୍ତି। ଋଷି ସୁନକ ହେଉଛନ୍ତି ପ୍ରଥମ ମୂଳ ଭାରତୀୟ ଯିଏ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦବୀରେ ବସିଛନ୍ତି। ସେ ବ୍ରିଟେନର ପ୍ରଥମ ବ୍ରିଟେନୀୟ ପ୍ରଧାନମନ୍ତ୍ରୀ ମଧ୍ୟ ଅଟନ୍ତି। ପେନି ମର୍ଡେଣ୍ଟ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦୌଡରୁ ନିଜ ନାମ ପ୍ରତ୍ୟାହାର କରି ସୁନକଙ୍କ ପାଇଁ ରାସ୍ତା ସଫା କରିଥିଲେ। ସେହିପରି ଅନେକ ସଂସଦ ବୋରିସ ଜନସନଙ୍କ କ୍ୟାମ୍ପ ଛାଡି ସୁନକଙ୍କୁ ସମର୍ଥନ କରିଥିଲେ।

ସୂଚନାଯୋଗ୍ୟ ଲିଜ୍ ଟ୍ରସ୍ ୪୫ ଦିନ ପାଇଁ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରେ ରହି ଇସ୍ତଫା ଦେବା ପରେ ପୁଣି ଥରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଋଷି ସୁନକ ଆରମ୍ଭରୁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚିତ ହୋଇଥିଲେ।

ସୁନକଙ୍କ ସମର୍ଥନ କରିଥିବା ସଂସଦ ମାନଙ୍କ ମଧ୍ୟରେ ପୂର୍ବତନ ଗୃହମନ୍ତ୍ରୀ ପ୍ରୀତି ପଟେଲ, କ୍ୟାବିନେଟ ମନ୍ତ୍ରୀ ଜେମ୍ସ କ୍ଳୀବର୍ଲି ଏବଂ ନାଡିମ ଜାହାଭି ମଧ୍ୟ ଅଛନ୍ତି। ପ୍ରୀତି ପଟେଲ ନିଜେ ଜଣେ ଭାରତୀୟ ବ୍ରିଟିଶ ମନ୍ତ୍ରୀ ଯିଏକି ଗତ ମାସରେ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ କହିଛନ୍ତି ଯେ କନଜର୍‌ଭେଟିଭ୍ ପାର୍ଟି ସୁନକଙ୍କୁ ନେତୃତ୍ୱ ନେବାର ସୁଯୋଗ ଦେବା ଉଚିତ।

Get real time updates directly on you device, subscribe now.