fbpx

ବିଦେଶରେ ଥାଇ ମଧ୍ୟ ଜନ୍ମାଷ୍ଟମୀରେ ପ୍ରଭୁଙ୍କ ଆର୍ଶୀବାଦ ଗ୍ରହଣ କରିଲେ ସୁନାକ

ବ୍ରିଟେନ: ବୋରିସ ଜନସନ ଇସ୍ତଫା ଦେବା ପରେ ବିଟ୍ରେନ ବର୍ତ୍ତମାନ ତାର ନୂତନ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ଯାଉଛି । ତେଣୁ ଏଥିପାଇଁ ଦୌଡରେ ଲିଜ ଟ୍ରସ ଆଉ ଋଷି ସୁନାକ ଅଛନ୍ତି । ବିଟ୍ରେନ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ଭାରତୀୟ ବଂଶଜ ଋଷି ସୁନାକ ବର୍ତ୍ତମାନ ଲିଜ ଟ୍ରସଙ୍କ ଠାରୁ ୩୨ ପଏଣ୍ଟ ପଛରେ ଅଛନ୍ତି ।
ଋଷି ଜଣେ ଭାରତୀୟ ବଂଶଜ ହୋଇଥିବାରୁ ତାଙ୍କ ମଧ୍ୟରେ ଭାରତୀୟ ପରମ୍ପରା ଏବଂ ସଂସ୍କୃତି ଭରି ହୋଇ ଅଛି । ଆଉ ପବିତ୍ର ଜନ୍ମାଷ୍ଟମୀରେ ସେ ପ୍ରଭୁଙ୍କ କୃପା ଲାଭ କରିବାକୁ ଭୁଲି ନାହାନ୍ତି । ଗତକାଲି ଋଷି ଜନ୍ମାଷ୍ଟମୀ ଅବସରରେ ପ୍ରଭୂଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥିଲେ । ଏହି ସୂଚନା ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ଉପଲକ୍ଷେ ମୁଁ ଏବଂ ମୋ ସ୍ତ୍ରୀ ଭକ୍ତିବେଦାନ୍ତ ମନୋର ମନ୍ଦିର ଦର୍ଶନ କରିବାକୁ ଯାଇଛୁ ।

ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ସୁନାକ ମନ୍ଦିର ପରିଦର୍ଶନ କରନ୍ତି । ଏବଂ ସେ ଭାରତୀୟ ପରମ୍ପରା ସହିତ ଜଡିତ ହୋଇଅଛନ୍ତି । ତେଣୁ ସେ ସବୁ ପରମ୍ପରାକୁ ପାଳନ କରନ୍ତି ।ବର୍ତ୍ତମାନର ସୂଚନାମୁତାବକ ଟୋରୀ ମେମ୍ବରକୁ ନେଇ କନ୍‌ଜରଭେଟି ଭ୍ହୋମ୍ ୱେବ୍‌ସାଇଟ୍ ପକ୍ଷରୁ କରାଯାଇଥିବା ସର୍ଭେରେ ଏହା କୁହାଯାଇଛି । ୯୬୧ ଟୋରୀ ମେମ୍ବର୍‌ଙ୍କ ମଧ୍ୟରୁ ୬୧ ପ୍ରତିଶତ ଟ୍ରସ୍‌ଙ୍କୁ କନ୍‌ଜରଭେଟିଭ୍ ପାର୍ଟିର ନୂଆ ନେତା ଭାବେ ଦେଖିବାକୁ ଚାହୁଁ ଥିବାବେଳେ ୨୮ ପ୍ରତିଶତ ସୁନକଙ୍କୁ ସମର୍ଥନ କରିଛନ୍ତି । ଅଗଷ୍ଟ ୪ ତାରିଖରେ ୱେବ୍‌ସାଇଟ୍ ପକ୍ଷରୁ କରାଯାଇଥିବା ସର୍ଭେରେ ମଧ୍ୟ ସମାନ ଫଳାଫଳ ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.