fbpx

ଉପର ମୁହାଁ ଦିନ ତାପମାତ୍ରା; ୩୫ ଡିଗ୍ରୀ ଉପରେ ୧୩ ସହର, ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

Advertisement

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଉପର ମୁହାଁ ହେଉଛି ଦିନର ତାପମାତ୍ରା । ରାଜ୍ୟର ଅଧିକାଂଶ ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବା ବେଳେ ୭ଟି ସହରରେ ୩୬ ଡିଗ୍ରୀ ରେକର୍ଡ଼ କରାଯାଇଛି । ଆସନ୍ତା ୪-୫ ଦିନ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ମାଲକାନଗିରିରେ ୩୬.୯, ବଲାଙ୍ଗିରରେ ୩୬.୮, ଟିଟିଲାଗଡ଼ରେ ୩୬.୫, ସୁବର୍ଣ୍ଣପୁର ଓ ଅନୁଗୁଳରେ ୩୬.୧, ବୈଦ୍ଧରେ ୩୬, ରାୟଗଡ଼ା ଏବଂ ଭବାନୀପାଟଣାରେ ୩୫.୮, ନୟାଗଡ଼ରେ ୩୫.୩, ଚାନ୍ଦବାଲି ଓ ଭୁବନେଶ୍ୱରରେ ୩୫.୨, ନବରଙ୍ଗପୁରରେ ୩୫ ଏବଂ କଟକରେ ୩୪.୨ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିଲା । ୪ ଓ ୫ ତାରିଖରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବା ରହିଥିବା ବେଳେ ୬ ତାରିଖରେ ପାଗ ଶୁଖିଲା ରହିବ । ତେବେ ୭ରୁ ୯ ଯାଏଁ ଉତ୍ତର ଅଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ କାଳବୈଶାଖୀ ସହ ହାଲୁକା ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

Get real time updates directly on you device, subscribe now.