fbpx

ଭାରତରେ ପୁଣି ବଢିଲା ବେରୋଜଗାର: ୨୦୨୪ ନିର୍ବାଚନ ପୁର୍ବରୁ ମୋଦୀ ସରକାରଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦେଶରେ ବେରୋଜଗାର ଦର ଲଗାତାର ବଢିବାରେ ଲାଗିଛି । ଡିସେମ୍ବର ମାସରେ ଭାରତରେ ପୁଣି ବେରୋଜଗାର ଦର ବୃଦ୍ଧି ପାଇ ୮.୩% ହୋଇଛି । ଯାହା ଗତ ୧୬ ମାସରେ ସର୍ବାଧିକ ଅଟେ । ଏହି ତଥ୍ୟ ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମଆଇ) ଜାରି କରିଛି । ନଭେମ୍ବର ୨୦୨୨ରେ ଏହା ୮ ପ୍ରତିଶତ ଥିଲା । ତଥ୍ୟ ଅନୁସାରେ ସହରୀ କ୍ଷେତ୍ରରେ ଡିସେମ୍ବରରେ ବେରୋଜଗାର ବଢି ୧୦.୦୯% ହୋଇଛି, ଯାହା ନଭେମ୍ବରରେ ୮.୯୬% ଥିଲା । ତେବେ ଗ୍ରାମିଣ କ୍ଷେତ୍ରରେ ୭.୫୫% ରୁ ହ୍ରାସ ପାଇ ୭.୪୪ ହୋଇଛି ।

ନ୍ୟୁଜ୍ ଏଜେନ୍ସୀ ରିଉଟର୍ସ ରିପୋର୍ଟ ଅନୁଯାୟୀ ସିଏମଆଇ ପରିଚାଳନା ନିର୍ଦ୍ଦେଶକ ମହେଶ ଭାୟାସଙ୍କ କହିଛନ୍ତି ଯେ, ଏହି ଆକଳନ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଡିସେମ୍ବର ମାସରେ ନିଯୁକ୍ତି ହାର ୩୭.୧ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଜାନୁୟାରୀ ୨୦୨୨ ଠାରୁ ସର୍ବାଧିକ । ଏଭଳି ସ୍ଥିତିରେ ୨୦୨୪ ନିର୍ବାଚନ ପୁର୍ବରୁ ଉଚ୍ଚ ମୁଦ୍ରାସ୍ପିତି ସାଙ୍ଗକୁ ଶିକ୍ଷିତ ଯୁବକ ବେରୋଜଗାର ମୋଦୀ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । କାରଣ ବର୍ତ୍ତମାନ ବେରୋଜଗାର, ଦରଦାମ୍ ବୃଦ୍ଧି ଏବଂ ବିଭାଜନକାରୀ ରାଜନୀତି ଭଳି ବିଷୟକୁ ନେଇ ଭାରତ ଯୋଡ଼ ଯାତ୍ରା କରୁଛି । ଏଭଳି ବିଷୟରେ ସରକାରଙ୍କ ବିରୋଧରେ ମଧ୍ୟରେ ଏକତା ଆଣିବା ପାଇଁ ସେପ୍ଟମ୍ବର ମାସରୁ କନ୍ୟାକୁମାରୀରୁ ଏହି ଯାତ୍ରା ଆଉମ୍ଭ ହୋଇଛି, ଯାହା ଶ୍ରୀନଗର ପର୍ଯ୍ୟନ୍ତ ଚାଲିବ ।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ୱାରା ନଭେମ୍ବରରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜୁଲାଇ-ସେପ୍ଟମ୍ବର ତ୍ରୈମାସରେ ବେକାରୀ ହାର ୭.୨ ପ୍ରତିଶତକୁ ହ୍ରାସ ପାଇ ପୂର୍ବ ତ୍ରୈମାସରେ ୭.୬ ପ୍ରତିଶତ ଥିଲା। ତେବେ ରାଜ୍ୟ ଦେଖିଲେ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଇଇ) ର ତଥ୍ୟ ଅନୁଯାୟୀ, ଡିସେମ୍ବର ମାସରେ ହରିୟାଣାରେ ବେକାରୀ ହାର ୩୭.୪ ପ୍ରତିଶତକୁ ବୃଦ୍ଧି ପାଇଛି, ତା’ପରେ ରାଜସ୍ଥାନ ୨୮.୫ ପ୍ରତିଶତ ଏବଂ ଦିଲ୍ଲୀରେ ୨୦.୮ ପ୍ରତିଶତ ରହିଛି ।

Get real time updates directly on you device, subscribe now.