fbpx

ଗାଡ଼ି ଚଳାଇବା ସମୟରେ ଫୋନ୍ ବ୍ୟବହାର ପାଇଁ ମୃତ୍ୟୁବରଣ କରିଛନ୍ତି ୧୦୪୦; ରିପୋର୍ଟ

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶରେ ହଜାର ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସେ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ମୋଟ ୧,୯୯୭ ସଡ଼କ ଦୁର୍ଘଟଣା ଘଟିଛି । ଗାଡି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ହେତୁ ଦୁର୍ଘଟଣାରେ ୧,୦୪୦ ଲୋକ ପ୍ରାଣ ହରାଇଥିଲେ । ଏଥିସହିତ ରେଡ୍ ସିଗନାଲ୍ ଅତିକ୍ରମ କରି ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ରେଡ୍ ସିଗନାଲ ପାର ହେବା କାରଣରୁ ୨୨୨ ଜଣ ଲୋକ ପ୍ରାଣ ହରାଇଥିଲେ ।

ଗାଡି ଚଳାଇବା ସମୟରେ ସାଂଘାତିକ ହୋଇଥାଏ ଫୋନ ବ୍ୟବହାର

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୧ ମସିହାରେ ଡ୍ରାଇଭରମାନେ ଗାଡି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିଥିବାରୁ ମୋଟ ୧,୯୯୭ ସଡ଼କ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୧,୦୪୦ ଲୋକ ପ୍ରାଣ ହରାଇଛନ୍ତି । ୨୦୨୧ ମସିହାରେ ଭାରତର ସଡକ ଦୁର୍ଘଟଣାର ରିପୋର୍ଟରେ କୁହାଯାଇଛି ଯେ ରେଡ୍ ସିଗନାଲ ପାର କରୁଥିବା ସମୟରେ ୫୫୫ ଟି ସଡକ ଦୁର୍ଘଟଣା ଘଟିଛି ଯେଉଁଥିରେ ୨୨୨ ଜଣଙ୍କର ମୃତ୍ୟୁ ହୋଇଛି ।

ସଡକ ଏବଂ ପରିବହନ ମନ୍ତ୍ରଣାଳୟର ରିପୋର୍ଟରେ ରାସ୍ତାର ଖାଲ ଯୋଗୁଁ ପ୍ରାଣହାନି ଘଟିଥିବା ମଧ୍ୟ କୁହାଯାଇଛି । ପିଟିଆଇ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ରାସ୍ତାରେ ଥିବା ଖାଲ ଯୋଗୁଁ ମୋଟ ୩,୬୨୫ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ୧,୪୮୧ ଜଣଙ୍କର ମୃତ୍ୟୁ ଘଟିଥିଲା । ୨୦୨୧ ମସିହାରେ ହୋଇଥିବା ଦୁଇ ଚକିଆ ଆରୋହୀଙ୍କ ସଡ଼କ ଦୁର୍ଘଟଣାର ମୋଟ ୪୫.୧ ପ୍ରତିଶତ ରହିଥିଲା । ଗତ ବର୍ଷ ସଡ଼କ ଦୁର୍ଘଟଣାରେ ଦୁଇ ଚକିଆ ଆରୋହୀଙ୍କ ମୃତ୍ୟୁ ସଂଖ୍ୟା ୬୯,୬୩୫ ଥିଲା ।

ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଏଜେନ୍ସିର ମିଳିତ ପ୍ରୟାସ ଦ୍ୱାରା ସଡ଼କ ଦୁର୍ଘଟଣାକୁ ରୋକିବା ଆବଶ୍ୟକତା ରହିଛି । ରିପୋର୍ଟରେ କୁହାଯାଇଛି ଯେ ସଡକ ସୁରକ୍ଷା ସହ ଜଡିତ ସମସ୍ତ ସମସ୍ୟାର ସମାଧାନ ପାଇଁ ମନ୍ତ୍ରଣାଳୟ ଏକ ବଡ ରଣନୀତି ପ୍ରସ୍ତୁତ କରିଛି ।

Get real time updates directly on you device, subscribe now.