fbpx
BSKY
BJD SHG SKY
BJD YOUTH SKY

ଶ୍ରୀକୃଷ୍ଣ ଓ ରାଧାଙ୍କ ବିବାହର ସାକ୍ଷୀ ହେଉଛି ଏହି ସ୍ଥାନ: ଜାଣନ୍ତୁ କେଉଁ ପୁରାଣରେ କରାଯାଇଛି ଉଲ୍ଲେଖ

ଶାସ୍ତ୍ର ଅନୁସାରେ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ରୂପରେ ବିଷ୍ଣୁଙ୍କ ଜନ୍ମ ହୋଇଥିଲା । ସେଥିପାଇଁ ଭଗବାନ କୃଷ୍ଣଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କୁହାଯାଏ । କୃଷ୍ଣଙ୍କର ଅନେକ ଲୀଳା ରହିଛି, ଯେପରିକି ତାଙ୍କ ପିଲାବେଳର ଲୀଳା, ପ୍ରେମ ଲୀଳା ବା ଯୁଦ୍ଧ । ପ୍ରେମ ସମୟ କିମ୍ବା ଯୁଦ୍ଧ ଇତ୍ୟାଦି । କୃଷ୍ଣ ଏବଂ ରାଧାଙ୍କ ପ୍ରେମ କାହାଣୀ ବିଷୟରେ ତ’ ଆମେ ସମସ୍ତେ ଜାଣୁ ।

ରାଧା ଏବଂ କୃଷ୍ଣଙ୍କ ପ୍ରେମ ଏତେ ଅତୁଟ ଯେ, ଆଜି ବି ଲୋକମାନେ ପ୍ରେମକୁ ନେଇ ରାଧା-କୃଷ୍ଣଙ୍କ କାହାଣୀ ବର୍ଣ୍ଣନା କରୁଛନ୍ତିି । ସେଥିପାଇଁ କୃଷ୍ଣ ଏବଂ ରାଧାଙ୍କ ନାମ ଏକାଠି ନିଆଯାଏ, କିନ୍ତୁ ରାଧାଙ୍କ ନାମ କୃଷ୍ଣଙ୍କ ଆଗରେ ଆସେ, ଯେପରିକି ରାଧା-କୃଷ୍ଣ , ରାଧା-କୃଷ୍ଣ । ଯେଉଁଠାରେ କୃଷ୍ଣଙ୍କୁ ପୂଜା କରାଯାଏ, ରାଧା ରାଣୀଙ୍କୁ ମଧ୍ୟ ପୂଜା କରାଯାଏ । ଯେତେବେଳେ ବି କୃଷ୍ଣଙ୍କୁ ସ୍ମରଣ କରାଯାଏ ସେତେବେଳେ ରାଧାଙ୍କୁ ମଧ୍ୟ ସ୍ମରଣ କରାଯାଏ । କୁହାଯାଏ ଯେ ରାଧା-କୃଷ୍ଣଙ୍କର ପ୍ରେମ ବହୁତ ଅତୁଟ ଥିଲା, କିନ୍ତୁ ଏହା ସତ୍ତେ୍ୱ ଦୁହିଁଙ୍କର ମିଳନ ହୋଇନଥିଲା । କିନ୍ତୁ ବୃଜର ଭାଣ୍ଡିରୱନରେ ଥିବା ମନ୍ଦିର ରାଧା-କୃଷ୍ଣଙ୍କ ବିବାହର ସାକ୍ଷୀ ବୋଲି କୁହାଯାଉଛି ।

ରାଧା-କୃଷ୍ଣଙ୍କ ବିବାହ ବ୍ରହ୍ମାବୈବର୍ତର୍ ପୁରାଣରେ ଉଲ୍ଲେଖ କରାଯାଇଛି :-
ଆଜି ପର୍ଯ୍ୟନ୍ତ ଆମେ ଶ୍ରୀକୃଷ୍ଣଙ୍କୁ ରୁକ୍ମଣୀଙ୍କ ସହ ଓ ୧୬ ହଜାର କନ୍ୟାଙ୍କ ସହ ବିବାହ କରିଥିବା ଶୁଣିଛୁ । କିନ୍ତୁ ରାଧା ଏବଂ କୃଷ୍ଣଙ୍କ ବିବାହ ସହ ଜଡିତ କାହାଣୀଗୁଡିକ ଅଧିକ ପ୍ରଚଳିତ ନୁହେଁ । ନୁହେଁ । କିନ୍ତୁ ବ୍ରହ୍ମାବୈବର୍ତ ପୁରାଣରେ ରାଧା-କୃଷ୍ଣଙ୍କ ବାହାଘରର ବିଷୟରେ ଉଲ୍ଲେଖ କରାଯାଇଛି । ଏହା ଅନୁଯାୟୀ, ଥରେ ନନ୍ଦବାବା କାହ୍ନାଙ୍କୁ ଭାଣ୍ଡୀର ନାମକ ଜଙ୍ଗଲକୁ ନେଇ ଯାଇଥିଲେ । ଏହି ଜଙ୍ଗଲ ଶ୍ରୀମନ୍ଦିରଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି । କୁହାଯାଏ ନନ୍ଦବାବା ଏବଂ ଶ୍ରୀକୃଷ୍ଣଙ୍କୁ ବୁଲିବାକୁ ବହୁତ ଭଲ ପାଉଥିଲେ । ଯେତେବେଳେ ଦୁହେଁ ବୁଲିବାକୁ ଯାଉଥିଲେ, ହଠାତ୍ ପ୍ରବଳ ଝଡ଼ ଆସିଥିଲା । ଝ଼ରୁ ରକ୍ଷା ପାଇବା ପାଇଁ ନନ୍ଦବାବା ଏବଂ କୃଷ୍ଣ ଏକ ଗଛ ପାଖକୁ ଯାଇଥିଲେ । ରାଧା ରାଣୀୀ ମଧ୍ୟ କିଛି ସମୟ ମଧ୍ୟରେ ସେଠାରେ ପହଞ୍ଚିଥିଲେ । ନନ୍ଦବାବା ବାଳକ କୃଷ୍ଣଙ୍କୁ ରାଧା ରାଣୀଙ୍କ ହାତରେ ଦେଇ ନିଜେ ସେଠାରୁ ଚାଲିଗଲେ । ଏହା ପରେ କାହ୍ନା ତାଙ୍କର ଐଶ୍ୱରୀୟ ରୂପ ଗ୍ରହଣ କଲେ ଏବଂ ପ୍ରଭୁ ବ୍ରହ୍ମା କୃଷ୍ଣଙ୍କୁ ରାଧାଙ୍କ ସହିତ ବିବାହ କରିଥିଲେ । ଆଜି ବି ଭାଣ୍ଡିରୱନ ରାଧା-କୃଷ୍ଣଙ୍କ ବିବାହ ସ୍ଥାନ ଭାବରେ ଜଣାଶୁଣା ।

ଭାଣ୍ଡିରୱନରେ ଭଗବାନ କୃଷ୍ଣଙ୍କର ଏକ ପ୍ରାଚୀନ ମନ୍ଦିର ମଧ୍ୟ ଅଛି । ଏଠାରେ ରାଧା-କୃଷ୍ଣଙ୍କ ବିବାହ କରୁଥିବା ଭଗବାନ ବ୍ରହ୍ମାଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ଅଛି । ଏହା ହେଉଛି ଏକମାତ୍ର ମନ୍ଦିର ଯେଉଁଠାରେ ଶ୍ରୀକୃଷ୍ଣ ଲହୁଣୀ ଖାଇବା କିମ୍ବା ବଂଶୀ ବଜାଉ ନାହାଁନ୍ତି ବରଂ ରାଧାରାଣୀଙ୍କ ସହ ବିବାହ କରିବାର ଦୃଶ୍ୟରେ ଅଛନ୍ତି । ଏହି ମନ୍ଦିର ବିଷୟରେ ଏପରି ଏକ ବିଶ୍ୱାସ ଅଛି କି ଯେଉଁମାନେ ଏଠାକୁ ଆସି ସ୍ନାନ କରି ପୂଜା କରନ୍ତି, ସେମାନଙ୍କୁ ସନ୍ତାନସୁଖ ମିଳିଥାଏ ।

Get real time updates directly on you device, subscribe now.