fbpx
BJD SKY
BJD SKY

ବିଶ୍ୱକପ୍ ଜିତିବା ପାଇଁ ମେଗା ପ୍ଲାନ୍: BCCI ନେଲା ୩ଟି ବଡ଼ ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ଗତ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ପରାଜୟକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ତେବେ ଏହା ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଉକ୍ତ ବୈଠକରେ ଅଧିନାୟକ ରୋହିତ ଶର୍ମା, କୋଚ ରାହୁଲ ଦ୍ରାବିଡ଼ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପରବର୍ତ୍ତୀ ବିଶ୍ୱକପକୁ ଲକ୍ଷ୍ୟରେ ରଖି ତିନୋଟି ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।

ନୂଆ ବର୍ଷ ଆରମ୍ଭ ହେବା ପରେ ପରେ ଟିମ୍ ଇଣ୍ଡିଆ ନିଜର ମିଶନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଜିର ବୈଠକରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ, ରୋଡମ୍ୟାପ ଓ ଅନ୍ୟ ବିଷୟରେ ଆଲୋଚନା କରାଯାଇଥିଲା । ମୁମ୍ବାଇର ବିସିସିଆଇ ଦପ୍ତରରେ ବସିଥିବା ଆଜିର ବୈଠକରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନୀ, ସଚିବ ଜୟ ଶାହ, ଅଧିନାୟକ ରୋହିତ, କୋଚ ରାହୁଲ, ନ୍ୟାସନାଲ କ୍ରିକେଟ ଆକାଡେମୀ (ଏନସିଏ) ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ଣଣ ଓ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଉପସ୍ଥିତ ଥିଲେ ।
୨୦୨୨ ବର୍ଷରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ କିପରି ରହିଥିଲା, ଟି-୨୦ ବିଶ୍ୱରେ ଦଳ ହାରିଲା କାହିଁକି ଏହା ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା । ଏଥିସହିତ କାର୍ଯ୍ୟଭାର ପରିଚାଳନା, ଫିଟନେସ ପାରାମିଟର ଓ ଦିନିକିଆ ବିଶ୍ୱକପ ୨୦୨୩ର ରୋଡମ୍ୟାପକୁ ନେଇ ପ୍ଲାନ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଏମର୍ଜିଂ ଖେଳାଳିଙ୍କୁ ଏଣିକି ଘରୋଇ ସିଜିନରେ ଲଗାତର ଖେଳିବାକୁ ପଡ଼ିବ । ଏହାଦ୍ୱାରା ସେ ଜାତୀୟ ଦଳରେ ଚୟନ ପାଇଁ ପ୍ରସ୍ତୁତ ହୋଇପାରିବେ । ୟୋ-ୟୋ ଟେଷ୍ଟ ଓ ଡେକ୍ସା ସିଲେକ୍ସନ ପ୍ରୋସେର ଅଂଶ ହେବ । ସିନିୟର ଟିମର ପୁଲରେ ଯେଉଁ ଖେଳାଳି ଥିବେ ସେମାନଙ୍କ ଉପରେ ଏହା ଲାଗୁ କରାଯିବ । ଦିନିକିଆ ବିଶ୍ୱକପ ୨୦୨୩ ଓ ଅନ୍ୟ ସିରିଜକୁ ଦୃଷ୍ଟିରେ ରଖି ଏନସିଏ ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜଙ୍କ ସହିତ ଆଲୋଚନା କରିବ ଓ ଖେଳାଳିଙ୍କ କାର୍ଯ୍ୟଭାର ପରିଚାଳନା ଉପରେ ଚର୍ଚ୍ଚା କରିବ ।

Get real time updates directly on you device, subscribe now.