fbpx
BJD SKY
BJD SKY

ଆଜିଠାରୁ ଶ୍ରୀମନ୍ଦିର ଭିତରକୁ ‘ସ୍ମାର୍ଟ ଫୋନ୍‍ ମନା’, ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

BJD

ପୁରୀ: ଆଜିଠାରୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍‍ ବାରଣ କରାଯାଇଛି । ସେବାୟତ, ଅଧିକାରୀ କିମ୍ବା କର୍ମଚାରୀ ସମସ୍ତଙ୍କ ପାଇଁ ସ୍ମାର୍ଟ ଫୋନ୍‍ କଟକଣା କଡ଼ାକଡ଼ି କରାଯାଇଛି । କେବଳ ମହାପ୍ରଭୁଙ୍କ ନୀତିକାନ୍ତି ସୂଚନା ନିମନ୍ତେ ଗାରଦ ଓ କାର୍ଯ୍ୟାଳୟରେ ଗୋଟିଏ ସ୍ମାର୍ଟ ଫୋନ୍‍ ରହିବ । ସେବାୟତ ଏବଂ ଅଧିକାରୀଙ୍କ ସ୍ମାର୍ଟଫୋନ୍‍ ରଖିବା ପାଇଁ ସିଂହଦ୍ୱାର ଏବଂ ଦକ୍ଷିଣଦ୍ୱାରରେ ବ୍ୟବସ୍ଥା କରାଯାଇଥିବାବେଳେ ସେମାନେ ମନ୍ଦିରକୁ ପ୍ରବେଶ ପୂର୍ବରୁ ସେଠାରେ ମୋବାଇଲ୍‍ ରଖିବେ ।

ତେବେ ସେବାୟତମାନେ ଚାହିଁଲେ କ୍ୟାମେରା ନ ଥିବା କି’ପ୍ୟାଡ୍‍ ଫୋନ୍‍ ନେଇ ମନ୍ଦିରକୁ ଯାଇପାରିବେ ବୋଲି ଜଣାଯାଇଛି । ସ୍ମାର୍ଟ ଫୋନ୍‍ ଯୋଗୁଁ ଅନେକ ସମୟରେ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ଭାଇରାଲ ହେଉଥିବାରୁ ଭିତରକୁ ସ୍ମାର୍ଟଫୋନ୍‍ ବାରଣ କରିବା ନେଇ ଛତିଶାନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । କେବଳ କମାଣ୍ଡର ସ୍ମାର୍ଟଫୋନ୍‌ ଶ୍ରୀମନ୍ଦିରକୁ ନେଇପାରିବେ। ଯେହେତୁ ଦୈନିକ ନୀତିକାନ୍ତି ସ୍ମାର୍ଟଫୋନ୍‌ରେ ଛଡ଼ାଯାଉଛି, ଏଥିରେ ଅସୁବିଧା ଦୃଷ୍ଟିରୁ କମାଣ୍ଡରଙ୍କୁ ସ୍ମାର୍ଟଫୋନ୍‌ ନେବାକୁ ଅନୁମତି ଦିଆଯାଇଛି। ଏଥିସହ ସେବାୟତ ଜମିଜମା ସମସ୍ୟା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ବୋଲି ଶ୍ରୀ ମହାସୁଆର କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଜିଲ୍ଲା ପୁଲିସ ଶ୍ରୀମନ୍ଦିର ଦାୟିତ୍ବରେ ରହୁଥିବା ଅଧିକାରୀଙ୍କ ସ୍ମାର୍ଟଫୋନ୍‌ ‌ବ୍ୟବହାରରେ କଟକଣା ଲଗାଯାଇଛି।

 

Get real time updates directly on you device, subscribe now.