fbpx

ଅକ୍ଟୋବର ୧୫ରେ ନୂଆବର୍ଷ, ବର୍ଷକ ୩୧୦ ଦିନ, ବର୍ଷକ ୧୦ ମାସ! ନୂଆବର୍ଷକୁ ନେଇ ଜାଣନ୍ତୁ ୫ଟି ଅଜଣା ରହସ୍ୟ

ନୂଆଦିଲ୍ଲୀ: ଆଜି ହେଉଛି ୨୦୨୩ ବର୍ଷ ଜାନୁଆରୀ ମାସ ୧ ତାରିଖ । ଆଜି ବିଶ୍ୱର ଅଧିକାଂଶ ଦେଶରେ ନୂଆବର୍ଷ ପାଳନ କରାଯାଉଛି । କିଛି ଦେଶରେ ଡିସେମ୍ବର ୩୧ରେ ନୂଆବର୍ଷ ପାଳନ କରାଯାଇଥିବା ବେଳେ ଆଉ କିଛି ଦେଶରେ ଜାନୁଆରୀ ୧ରେ ବିଭିନ୍ନ ସମୟରେ ପାଳନ କରାଯାଉଛି । ତେବେ ଆଜି ଯଦିଓ ଜାନୁଆରୀ ପହିଲାରେ ନୂଆବର୍ଷ ପାଳନ କରାଯାଉଛି ତେବେ ଏହା ମଧ୍ୟରେ ଅନେକ ଇତିହାସ ଲୁଚି ରହିଛି । ଅନେକ ଲୋକ ନୂଆବର୍ଷର ଏହି ଅଜଣା ରହସ୍ୟ ବିଷୟରେ ହୁଏତ ଜାଣିନଥିବେ ।

୧- ନୂଆବର୍ଷ ପାଳନର ଶୁଭାରମ୍ଭ ୧୫୮୨ ମସିହା ଅକ୍ଟୋବର ମାସ ୧୫ ତାରିଖରୁ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ମାର୍ଚ୍ଚ ମାସରୁ ବର୍ଷର ଆରମ୍ଭ ହେଉଥିଲା ।

୨- ଖବର ମୁତାବକ, ରୋମର ରାଜା ନୁମା ପୋଂପିଲସଙ୍କ ପରେ ରୋମାନ କ୍ୟାଲେଣ୍ଡରେ ପରିବର୍ତ୍ତନ କରାଯାଇଥିଲା । ତା’ପରେ ନୂଆ କ୍ୟାଲେଣ୍ଡରରେ ଜାନୁଆରୀ ସାମିଲ ହୋଇଥିଲା ଓ ତାହାକୁ ବର୍ଷର ପ୍ରଥମ ମାସ ଭାବେ ଗଣନା କରାଯାଇଥିଲା ।

୩- ପୂର୍ବରୁ କ୍ୟାଲେଣ୍ଡରରେ କେବଳ ୧୦ଟି ମାସ ରହିଥିଲା । ମାର୍ଚ୍ଚ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ବର୍ଷକ ୩୧୦ ଦିନ ହେଉଥିଲା । ଜାନୁଆରୀ ମାସର ଶୁଭାରମ୍ଭ ରୋମାନ ଶାସକ ଜୁଲିଅସ ସିଜର କରିଥିଲେ ।

୪- ସୂର୍ଯ୍ୟଙ୍କ ଚାରିପଟେ ଚକ୍କର ଲଗାଇବା ପାଇଁ ପୃଥିବୀ ୩୬୫ ଦିନ ଓ ୬ ଘଣ୍ଟା ସମୟ ନେଇଥାଏ । ଏହାକୁ ଦୃଷ୍ଟିରେ ରଖି ୧୦ ବଦଳରେ ୧୨ ମାସ କରାଯାଇଥିଲା ।

୫- ଜୁଲିଅସ କ୍ୟାଲେଣ୍ଡରରେ ଲିପ ଇଅରକୁ ନେଇ ତ୍ରୁଟି ରହିଥିବା ୧୫୮୨ରେ ପୋପ ଗ୍ରେଗରୀ ଜାଣିପାରିଥିଲେ । ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ କ୍ୟାଲେଣ୍ଡର ପରିବର୍ତ୍ତନ କରାଯାଇଥିଲା ।

Get real time updates directly on you device, subscribe now.