fbpx

ଗୋଖାଦ୍ୟ ଦୁର୍ନୀତି ମାମଲା: ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କଲେ ରାଞ୍ଚି ସିବିଆଇ କୋର୍ଟ । ଦୋରନ୍ଦା ଟ୍ରେଜେରୀରୁ ବେଆଇନ୍ ଅର୍ଥ ଉଠାଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଲାଲୁଙ୍କ ସହିତ ଅନ୍ୟ ୭୫ ଜଣଙ୍କୁ କରାଯାଇଛି ଦୋଷୀ ସାବ୍ୟସ୍ତ । ପରନ୍ତୁ ଏବେ ସୁଦ୍ଧା କୌଣସି ସଜ୍ଜା ଶୁଣାଯାଇନାହିଁ । ଆଉ କିଛି ସମୟ ପରେ ଲାଲୁଙ୍କୁ କେତେ ବର୍ଷ ଜେଲ ଦଣ୍ଡ ମିଳିବ ସେନେଇ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ, ଝାଡଖଣ୍ଡରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି । ଚାରିଟି ମକଦ୍ଦମା ଲାଲୁଙ୍କ ନାମରେ ରହିଛି । ଆଉ ଏସବୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ । ବର୍ତ୍ତମାନ ସେ ୫ ନମ୍ବର ମାମଲାରେ ବି ଦୋଷୀ ହୋଇଛନ୍ତି । ଦୋରନ୍ଦା ଟ୍ରେଜେରୀରୁ ସେ ୧୩୯.୫ କୋଟି ଟଙ୍କାର ବେଆଇନ୍ ଅର୍ଥ ଉଠାଣ କରିଛନ୍ତି । ୧୯୯୬ର ଏହି ମାମଲାରେ ୧୭୦ ଜଣ ଅଭିଯୁକ୍ତ ଥିଲେ । ଏହା ଭିତରୁ ୫୫ ଜଣଙ୍କର ମୃତ୍ୟୁ ହୋଇସାରିଛି । ଅନ୍ୟ ୭ ଜଣଙ୍କୁ ସିବିଆଇ ସରକାରୀ ସାକ୍ଷୀ ବନାଇଛି । ଆଉ ଦୁଇଜଣ କୋର୍ଟର ନିଷ୍ପତ୍ତି ଆସିବା ପୂର୍ବରୁ ହିଁ ଦୋଷୀ ବୋଲି ମାନିଯାଇଛନ୍ତି । ସେହିପରି ୬ ଜଣ ଫେରାର୍ ଅଛନ୍ତି । ବାକି ୯୯ ଜଣଙ୍କର ନିଷ୍ପତ୍ତି ଆସିବ ।

Get real time updates directly on you device, subscribe now.