fbpx

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ-ଟ୍ରକ୍ ମୁହାଁମୁହିଁ, ୧୪ ମୃତ, ୪ ଆହତ

ଅମରାବତୀ, ୧୪ା୨: ଆନ୍ଧ୍ରପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୪ ଜଣଙ୍କ ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶର କର୍ନୁଲ ଜିଲ୍ଲାର ମଦରପୁର ଗ୍ରାମରେ ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ଆହତ ୪ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବସଟି ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରୁ ରାଜସ୍ଥାନର ଆଜମେରକୁ ଯାଉଥିଲା । ବସଟି ଭୁଲ ଦିଗରେ ଯାଇ ବିପରୀତ ଦିଗରୁ ଆସୁଥିବା ଟ୍ରକକୁ ଧକ୍କା ଦେଇଥିଲା । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସକାଳ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.