fbpx

ଭାରସାମ୍ୟ ହରାଇ ଓଲଟିଲା କାଜୁ ଭର୍ତ୍ତି ଟ୍ରକ, କେନାଲରେ ପଡି 7ମୃତ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ମିନିଟ୍ରକ । ବଡ ଧରଣର ଦୁର୍ଘଟଣାରେ 7ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ନିକଟରେ ଘଟିଛି ଏହି ଦୁର୍ଘଟଣା । କାଜୁ ଭର୍ତ୍ତି ଟ୍ରକଟି ନରସାପୁରମ ମଣ୍ଡଳର ବୋରାମପଲେମରୁ ଆନ୍ଧ୍ରପ୍ରଦେଶ ଦେଇ ତାଡିମଲା ଯାଉଥିବା ବେଳେ ଦେବରପାଲି ଗ୍ରାମ ନିକଟରେ ଓଲଟିପଡିଥିଲା । ଟ୍ରକରେ ରହିଥିବା 8ଜଣ ପାର୍ଶ୍ବରେ ଥିବା କେନାଲରେ ପଡିଯାଇଥିଲେ । ତେବେ 7ଜଣ ଟ୍ରକ ଉପରେ ବସିଥିବା ବେଳେ ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଅନ୍ୟପଟେ ଡ୍ରାଇଭରକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଡ୍ରାଇଭର ଜଣକ ଟ୍ରକରୁ ବାହାରିବା ପାଇଁ ଚେଷ୍ଟା କରୁଥିଲେ ହେଁ କେନାଲରେ ପଡିଯାଇଥିଲେ ।  ଅବସ୍ଥା ଗୁରୁତର ହେବାକୁ ତାଙ୍କୁ କୋଭୁରୁ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ ଅଧୀକ୍ଷକ ଜି ଦେବା କୁମାର । ତେବେ ମୃତକମାନଙ୍କୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ପରିଚୟ ସ୍ପଷ୍ଟ ହୋଇପାରିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.