fbpx

ସାକ୍ଷୀଗୋପାଳ- ଇନ୍ଦିପୁର ମୁଖ୍ୟ ରାସ୍ତା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ୨ ଯୁବକଙ୍କ ମୃତ୍ୟୁ

Advertisement

ପୁରୀ: ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ସାକ୍ଷୀଗୋପାଳ- ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତ ଯୁବକମାନେ ହେଲେ ଇନ୍ଦିପୁର ଅଂଚଳର ଲିପୁନ ସେନାପତି ଓ ପୁପୁନା ପାଢ଼ୀ । ତେବେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଆଜି ସକାଳେ ସ୍ଥାନୀୟ ଲୋକେ ମୃତ ଦୁଇ ଯୁବକଙ୍କୁ ଦେଖିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଥିବାର ଜଣାପଡ଼ିଛି ।

Get real time updates directly on you device, subscribe now.