ରାଉରକେଲା : ରାଉରକେଲା ମୁନିସପାଲ୍ କର୍ପୋରେସନ ଅଫିସ ସାମ୍ନାରୁ ଡକାୟତି ହୋଇଛି । ଦୁର୍ବୃତ୍ତ ଜଣକ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୧୪ଲକ୍ଷ ଟଙ୍କା ଛଡ଼ାଇନେଇଛି । ଏନେଇ ବ୍ୟବସାୟୀ ଜଣକ ଥାନାରେ ଏତଲା ଦେଇଛନ୍ତି ।
ପ୍ରାପ୍ତ ସୂଚନାନୁସାରେ,ବ୍ୟବସାୟ ଜଣକ ଉକ୍ତ ଟଙ୍କାକୁ ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିଲେ । ଟଙ୍କା ଜମା କରିବା ପାଇଁ ସେ ଏକାକୀ ବାଇକରେ ଯାଉଥିଲେ । ସେ କୋଏଲ ନଗରରୁ ଉଦିତ ନଗରକୁ ଯାଉଥିବା ଅବସ୍ଥାରେ ଦୁଇ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ । ଏବଂ ସେଠାରେ ସେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଦେ ବୋଲି ଧମକ ଦେଇଥିଲେ । ସେଠାରେ ସେ ନିଜ ଜୀବନକୁ ରକ୍ଷା କରି ଉକ୍ତ ଟଙ୍କାଟିକୁ ଦୁର୍ବୃତ୍ତଙ୍କୁ ହସ୍ତାନ୍ତର କରିଦେଇଥିଲା । ୧୪ଲକ୍ଷ ଟଙ୍କାର ଲୁଟପାଟ ହେବା ପରେ ସେ ପୋଲିସ ଦ୍ୱାରସ୍ଥ ହୋଇଛନ୍ତି ।
ପୋଲିସ ଏହାର ତଦନ୍ତ ଜାରି ରଖି ଆଖପାଖ ଅଂଚଳରେ ପଚାରାଉଚରା କରୁଛି । ଦରକାର ପଡିଲେ ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇପାରିଥାଏ ଦୁର୍ବୃତ୍ତଙ୍କ ଗାଡ଼ି ନମ୍ବର । ଆରଏମସି ଅଫିସ ସମ୍ମୁଖରେ ଏପରି ଘଟଣା ଘଟିଥିବାର ଦେଖାଦେଇଛି । ଘଟଣାରୁ ଜଣା ପଡୁଛି ଯେ, ବ୍ୟବସାୟୀ ଟଙ୍କା ଜମା କରିବାକୁ ଯିବେ ବୋଲି ୨ଦୁର୍ବୃତ୍ତଙ୍କୁ ଆଗରୁ ଜଣା ଥିଲା ।