fbpx

ମାତିଛନ୍ତି ବାଇକ୍ ଲୁଟେରା: ସନ୍ଧ୍ୟା କି ରାତି ନୁହେଁ ସ୍ପଷ୍ଟ ଦିବାଲୋକରେ ଝାମ୍ପି ନେଉଛନ୍ତି ସୁନା

Advertisement

ଭୁବନେଶ୍ୱର: ସୁନା ପିନ୍ଧୁଥିଲେ ସାବଧାନ । ବର୍ତ୍ତମାନ ରାଜ୍ୟରେ ମାତିଛନ୍ତି ବାଇକ୍ ଲୁଟେରା । ଆସୁଛନ୍ତି ସୁନା ଝାମ୍ପି ନେଇ ମାରୁଛନ୍ତି । ଏହି ଘଟଣା ଗୁଟିକ ସନ୍ଧ୍ୟା ନୁହେଁ କି ରାତି ନୁହେଁ, ସ୍ପଷ୍ଟ ଦିବାଲୋକରେ ଜନଗହଣିପୂର୍ଣ୍ଣ ଅଚଂଳରେ ସୁନା ଅଳଙ୍କାରକୁ ଟାର୍ଗେଟ କରିଛନ୍ତି । ଟିକେ ଅସାବଧାନ ହେଲେ ସେମାନେ ସୁନା ନେଇ ଚମ୍ପଟ ମାରୁଛନ୍ତି ।

ଏହିସବୁ ଘଟଣା ରାସ୍ତାର CCTV ରେ କଏଦ ହୋଇଛି। ପୁରା ଦିନ ଦୁଇପହରରେ ଲୋକଙ୍କ ଠାରୁ ଲୁଟ୍ କରୁଛନ୍ତି । ଆଖି ପିଛୁଳାକେ ଝାମ୍ପିନେଉଛନ୍ତି ସୁନା ଚେନ୍ । କଳା ପଲସରରେ ଆସି, ଲୁଟି ଫେରାର ହେଇଯାଉଛନ୍ତି ଲୁଟେରା । ସେହିପରି ଭୁବନେଶ୍ୱର ବାଣୀବିହାର ଛକରେ ଚେନ୍ ଲୁଟେରା ମାତିଛନ୍ତି। ମହିଳା ଦୁଇ ଜଣ ରାସ୍ତା କଡ଼ରେ ଛିଡା ହୋଇଥିବାବେଳେ ଚେନ୍ ଝାମ୍ପି ଫେରାର ହୋଇଯାଉଛନ୍ତି ଲୁଟେରା । ସମାନ ଷ୍ଟାଇଲରେ ଦୁଇଟି ସ୍ଥାନରୁ ଲୁଟ୍ ହୋଇଛି ବୋଲି ଜଣାପଡିଛି । ସିସିଟିଭିରେ କଏଦ ହୋଇଛି ଲୁଟର ଦୃଶ୍ୟ। ଏନେଇ ସହିଦନଗର ଥାନାରେ ଏତଲା କରାଯାଇଛି । ସେହିପରି ଚନ୍ଦ୍ରଶେଖରପୁର ଶ୍ରୀବିହାର ଛକରେ ଦୁବର୍ତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି ।

ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଛନ୍ତି ସମାଜସେବୀ ଆଲୋକ ଦତ୍ତ । ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଲୁଟର ଶୀକାର ହୋଇଛନ୍ତି ଆଲୋକ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ୫ଟି ବାଇକ ଓ ଗୋଟିଏ କାରରେ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ଦୁର୍ବୁତ୍ତ ଆସି ଆଲୋକଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଆଲୋକ ଅଚେତ ହୋଇପଡିବା ପରେ ତାଙ୍କ ବେକରୁ ସୁନା ଚେନ ନେଇ ପଳାଇଥିଲେ ଲୁଟେରା । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.