fbpx

ରୋହିତ-ରାହୁଲଙ୍କ ଅର୍ଦ୍ଧଶତକ: ଆଫଗାନିସ୍ତାନ ସମ୍ମୁଖରେ ୨୧୧ ରନର ଲକ୍ଷ୍ୟ

Advertisement

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଭାରତୀୟ କ୍ରିକେଟ ଫ୍ୟାନଙ୍କୁ ଏକ ଦମଦାର ଶୁଭେଚ୍ଛା ଜଣାଇଛି କ୍ରିକେଟ ଟିମ୍ । ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଦୁଇ ଓପନରଙ୍କ ଧୂଆଁଧାର ବ୍ୟାଟିଂ ସହାୟତାରେ ଭାରତ ୨୦୦ ରନ ପାର କରିଛି । ୨୦ ଓଭରରେ ଭାରତ ମାତ୍ର ୨ ୱିକେଟ ହରାଇ ୨୧୦ ରନ ସଂଗ୍ରହ କରିଛି । ଦୁଇ ଓପନର କେ ଏଲ୍ ରାହୁଲ ଏବଂ ରୋହିତ ଶର୍ମା ଚମକ୍ରାର ଅର୍ଦ୍ଧଶତକ ହାସଲ କରିଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ ଶର୍ମା ଓ କେ ଏଲ୍ ରାହୁଲ ପ୍ରଥମ ୱିକେଟରେ ଶତକୀୟ ଭାଗିଦାରୀ କରିଥିଲେ । ୧୪୦ ରନର ଭାଗିଦାରୀ ପରେ ରୋହିତ ପ୍ୟାଭିଲିୟନ ଫେରିଥିଲେ । ୭୪ ରନ କରିଥିବା ରୋହିତ ୪୭ ବଲ ଖେଳିଥିବା ବେଳେ ଏହା ମଧ୍ୟରେ ୮ ଚୌକା ଓ ୩ ଛକା ମାରିଥିଲେ । ଅଳ୍ପ ବ୍ୟବଧାନରେ ରାହୁଲ ପ୍ୟାଭିଲିୟନ ଫେରିଥିବା ବେଳେ ୪୮ ବଲ ଖେଳି ୬୯ ରନ କରିଥିଲେ । ଏହା ମଧ୍ୟରେ ୬ ଚୌକା ଓ ୨ ଛକା ସାମିଲ ଥିଲା । ଶେଷ ଆଡକୁ ଋଷଭ ପନ୍ତଙ୍କମ ୧୩ ବଲ ୨୭ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୧୩ ବଲ ୩୫ ବଳରେ ଭାରତ ୨୧୦ ରନ କରିଥିଲା । ଆଫଗାନ ପକ୍ଷରୁ ଗୁଲବଦିନ ନାଏବ ଏବଂ କରିମ ଜନାତ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.