fbpx

IND vs BAN Test; ମହାରେକର୍ଡ କରିବ ରୋହିତ ସେନା! ବାଂଲାଦେଶକୁ ହରାଇ ହେବ ବିଶ୍ୱର ପ୍ରଥମ ଦେଶ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ୍ ବିଶ୍ିଷ୍ଟ ଟେଷ୍ଟ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଏହି ସିରିଜ ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର ରହିଛି । ଅନେକ ଦିନ ପରେ ଭାରତର କିଛି ଖେଳାଳିଙ୍କୁ ପୁଣିଥରେ ଦଳରେ ସୁଯୋଗ ମିଳିବାର ସମ୍ଭାବନା ରହିଛି । ତେବେ ଏହି ସିରିଜ ଉପରେ କବଜା କରିପାରିଲେ ଟିମ ଇଣ୍ଡିଆ ଏକ ବଡ଼ ଇତିହାସ ସୃଷ୍ଟି କରିବାରେ ସକ୍ଷମ ହୋଇପାରିବ । ସାରା ବିଶ୍ୱରେ ଏକ ମାଇଲଷ୍ଟୋନ୍ ସୃଷ୍ଟି କରିପାରିବ ଟିମ ଇଣ୍ଡିଆ । ତେବେ ଅଧିନାୟକ ରୋହିତ ଶର୍ମା ଏବଂ ଟିମ୍ ଏହି ରେକର୍ଡ ହାସଲ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବେ ।

ଘରୋଇ ଟେଷ୍ଟରେ ସର୍ବାଧିକ ଲଗାତାର ଟେଷ୍ଟ ସିରିଜ ଜିତିବା ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି ଟିମ ଇଣ୍ଡିଆ । ଏହି ତାଲିକାରେ ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନ୍ ଅଷ୍ଟ୍ରେଲିଆକୁ ମଧ୍ୟ ପଛରେ ପକାଇଛି । ଅଷ୍ଟ୍ରେଲିଆ ତାଲିକାର ଦ୍ୱିତୀୟ ସ୍ଥାନ ହାସଲ କରିଛି । ଅଷ୍ଟ୍ରେଲିଆ ଲଗାତାର ୨ ଥର ୧୦ଟି ଘରୋଇ ଟେଷ୍ଟ ସିରିଜରେ ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଥିଲା । ତେବେ ଭାରତ ଯଦି ବାଂଲାଦେଶ ବିପକ୍ଷ ସିରିଜରେ ବିଜୟ ହାସଲ କରେ, ତେବେ ରୋହିତ ସେନା ନାମରେ ଏକ ମହାରେକର୍ଡ ସାମିଳ ହୋଇପାରିବ । ଏହା ଭାରତ ପାଇଁ ଲଗାତାର ୧୮ ଟେଷ୍ଟ ସିରିଜ ବିଜୟ ହେବ । ସାରା ବିଶ୍ୱରେ ଏକ ବିଶାଳ ରେକର୍ଡ ସୃଷ୍ଟି ହେବ ।

ସୂଚନା ଅନୁସାରେ, ଲଗାତାର ୧୨ ବର୍ଷରୁ ଟିମ ଇଣ୍ଡିଆ ଘରୋଇ ଟେଷ୍ଟ ସିରିଜ ଉପରେ ଆଧିପତ୍ୟ ବିସ୍ତାର କରିଛି । ୧୨ ବର୍ଷ ମଧ୍ୟରେ କୌଣସି ଗରୋଇ ଟେଷ୍ଟ ସିରିଜରେ ପରାସ୍ତ ହୋଇନାହିଁ ଭାରତୀୟ ଦଳ । ୨୦୧୨ ମସିହାରେ ଇଂଲଣ୍ଡ ବିପକ୍ଷ ସିରିଜରେ ପରାସ୍ତ ହେବା ପରେ ଭାରତ ଲଗାତାର ଟେଷ୍ଟ ସିରିଜ ଉପରେ କବଜା କରିଚାଲିଛି । ଏହାବ୍ୟତୀତ ଭାରତରେ ଖେଳାଯାଇଥିବା ମୋଟ ୫୧ଟି ମ୍ୟାଚରୁ ମାତ୍ର ୪ଟି ମ୍ୟାଚ୍ ହାତଛଡ଼ା କରିଛି ଟିମ୍ ଇଣ୍ଡିଆ । ତେବେ ୧୨ ବର୍ଷ ମଧ୍ୟରେ ୪୦ଟି ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୭ଟି ମ୍ୟାଚ୍ ଡ୍ର କରିବାରେ ସଫଳ ହୋଇଛି ।

Get real time updates directly on you device, subscribe now.