ଫର୍ମକୁ ଫେରିଛନ୍ତି ରୋହିତ… କ୍ୟାପ୍ଟେନଙ୍କ ପାଇଁ ଚାମ୍ପିଅନ୍ସ ଟ୍ରଫି ଜିତିବ ଭାରତ
ଅଧିନାୟକ ରୋହିତଙ୍କୁ ପ୍ରଶଂସା । ଏଥର ଜିତିବ ଭାରତୀୟ କ୍ରିକେଟ ଦଳ ।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥିଲା । କିନ୍ତୁ ବାରବାଟୀେରେ ଇଂଲଣ୍ଡ ବିରୋଧରେ ଶତକ ବନେଇ ରୋହିତ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଚାମ୍ପିଅନ୍ ଟ୍ରଫି ର୍ପୂବରୁ ରୋହିତ ଫର୍ମଙ୍କୁ ଫେରିବା ଭାରତୀୟଙ୍କ ପାଇଁ ଶୁଭଙ୍କର ।
ରୋହିତଙ୍କୁ ନେଇ ମାଇକଲ କ୍ଲାର୍କ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଯେ, ଚାମ୍ପିୟନ୍ସ ଟ୍ରଫିରେ ପରୋକ୍ଷ ଦଳ ପାଇଁ ରୋହିତ ଶର୍ମା ମୁଣ୍ଡବିନ୍ଧା ପାଲଟିପାରନ୍ତି । ଏଥିସହ ଟୁର୍ନାମେଣ୍ଟରେ ରୋହିତ ଶର୍ମା ସବୁଠାରୁ ଅଧିକ ରନ୍ କରିବେ ବୋଲି କହିଛନ୍ତି କ୍ଲାର୍କ।
ମାଇକେଲଳ କ୍ଲାର୍କ ଆଉମଧ୍ୟ କହିଛନ୍ତି, ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିବ । କାରଣ ଭାରତୀୟ ଦଳ କ୍ୟାପ୍ଟେନ୍ ଫର୍ମକୁ ଫେରିଛନ୍ତି । ଏଥିସହ ଟୁର୍ନାମେଣ୍ଟରେ ଜୋଫ୍ରା ଆର୍ଚର ସବୁଠାରୁ ଅଧିକ ୱିକେଟ୍ ନେବେ ।
ସେହିପରି ଟୁର୍ନାମେଣ୍ଟରେ ଇଂଲଣ୍ଡ ଭଲ ପ୍ରଦର୍ଶନ କରିବ ନାହିଁ ସେଥିପାଇଁ ଦଳକୁ ନେଇ ସେ ଆଶାବାଦୀ ନ ଥିବା କହିଛନ୍ତି କ୍ଲାର୍କ ।