fbpx

ସିକ୍ସର କିଙ୍ଗ ହେଲେ ରୋହିତ ଶର୍ମା, କାଟିଲେ ଏମଏସ ଧୋନୀଙ୍କ ରେକର୍ଡ

ହାଇଦ୍ରାବାଦ: ଭାରତୀୟ ଟିମର କ୍ୟାପଟେନ ରୋହିତ ଶର୍ମା ପୂନର୍ବାର ନିଜ ବଲରେ ଧମାଲ ସୃଷ୍ଟି କରିଛନ୍ତି । ସେ ହାଇଦ୍ରାବାଦରେ ଚାଲିଥିବା ୱାନ ଡେ, ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଧମକା ଏଣ୍ଟ୍ରି କରିଥିଲେ ଏବଂ ରୋମାଞ୍ଚକର ଛକ୍କା ମାରିଛନ୍ତି । ଏହା ବ୍ୟତିତ ରୋହିତ ଶର୍ମା ଏକ ଐତିହାସିକ ରେକର୍ଡ ନିଜ ନାମରେ କରିଦେଇଛନ୍ତି ।

ରୋହିତ ଶର୍ମା ଭାରତ ଭୁମୀରେ ୱାନ ଡେ କ୍ରିକେଟ ମ୍ୟାଚରେ ସବୁଠାରୁ ଅଧିକ ଚକ୍କା ମାରିବା ଖେଳାଳିର ସ୍ଥାନ ପାଇଛନ୍ତି । ଏହି ମାମଲାରେ ସେ ପୂର୍ବ କ୍ୟାପ୍ଟେନ ଧୋନୀଙ୍କ ରେକର୍ଡ ମଧ୍ୟ କାଟିଦେଇଛନ୍ତି । ତେବେ ରୋହିତ ଶର୍ମା ଏହି ଉତ୍ପାଧୀ ନ୍ୟୁଜିଲାଣ୍ଡ ବିପକ୍ଷରେ ହାଇଦ୍ରାବାଦ ୱାନ ଡେ ମ୍ୟାଚରେ ହାସଲ କରିଛନ୍ତି ।

ଏହି ମ୍ୟାଚରେ ରୋହିତ ୩୮ ବଲରେ ୩୪ ରନ ପାରି କରିଛନ୍ତି । ଏଥିରେ ସେ ୪ଟି ଚୌକା ଏବଂ ୨ଟି ଛକ୍କା ମାରିଛନ୍ତି । ଏଥିସହ ୱାନ ଡେ ଇଣ୍ଟରନାସନାଲରେ ଭାରତ ଭୂମିରେ ରୋହିତ ଶର୍ମାଙ୍କ ସମୁଦାୟ ଚକ୍କା ହେଉଛି ୧୨୫ । ବର୍ତ୍ତମାନ ସେ ଭାରତରେ ସବୁଠାରୁ ଅଧିକ ଚକ୍କା ମାରିଥିବା ଖେଳାଳି ହୋଇଗଲେ । ଏଥିସହ ସେ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ଧୋନୀ ଭାରତର ୧୩୦ଟି ୱାନ ଡେ ମ୍ୟାଚରେ ୧୨୩ ଛକ୍କା ରେକର୍ଡ କରିଥିଲେ ।

ତେବେ ଆସନ୍ତୁ ଜାଣିବା କିଏ କେତେ ଛକ୍କା ରେକର୍ଡ କରିଛନ୍ତି ଭାରତୀୟ ୱାନ ଡେ ମ୍ୟାଚରେ:

ରୋହିତ ଶର୍ମା- ୧୨୫ ଛକ୍କା
ଏମଏସ ଧୋନୀ- ୧୨୩ ଛକ୍କା
ସଚିନ ତେନ୍ଦୁଲକର- ୭୧ ଛକ୍କା
ବିରାଟ କୋହଲୀ- ୬୬ ଛକ୍କା
ୟୁବରାଜ ସିଂହ- ୬୫ ଛକ୍କା

ୱାନ ଡେ ଇଣ୍ଟରନାସନାଲ କ୍ରିକେଟରେ ସବୁଠାରୁ ଅଧିକ ଛକ୍କା ମାରି ରେକର୍ଡ କରିଛନ୍ତି ପାକିସ୍ତାନର ପୂର୍ବତନ କ୍ୟାପଟେନ ଶାହିଦ ଆଫରୀଦୀ । ଆଫରୀଦୀ ବର୍ତ୍ତମାନ ପର୍ଯ୍ୟନ୍ତ ୩୯୮ ୱାନ ଡେ, ମ୍ୟାଚରେ ୩୫୧ ଛକ୍କା ମାରିଛନ୍ତି । ଅନ୍ୟପଟେ ରୋହିତ ଶର୍ମା ୨୩୯ ୱାନ ଡେ ମ୍ୟାଚରେ ୨୬୫ ଛକ୍କା ମରି ୪ର୍ଥ ସ୍ଥାନ ଅଧିକାର କରିଛନ୍ତି । ମହେନ୍ଦ୍ର ସିଂ ଧୋନୀ ସମୁଦାୟ ୨୨୯ ଛକ୍କା ରେକର୍ଡ କରିଛନ୍ତି ।

Get real time updates directly on you device, subscribe now.