fbpx

ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ ଶର୍ମା ହେଲେ ଅଧିନାୟକ, କୋହଲିଙ୍କୁ ବିଶ୍ରାମ

ମୁମ୍ବାଇ: ଟି-୨୦ ବିଶ୍ଵ କପ ସେମି ଫାଇନାଲରୁ ବାଦ୍ ପଡିଥିବା ଭାରତ ନଭେମ୍ବର ୧୭ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟି-୨୦ ସିରିଜ୍ ଖେଳିବ । ଏହି ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ୧୬ ଜଣିଆ ଦଳ ଘୋଷଣା କରିଛି । ଧଳା ବଲ୍ କ୍ରିକେଟ ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ବିରାଟ କୋହଲିଙ୍କୁ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି । ବିରାଟ କୋହଲି ଟି-୨୦ଦଳର ଅଧିନାୟକ ପଦ ଛାଡି ସାରିଛନ୍ତି । ଏହି ସିରିଜରେ ଯଶପ୍ରୀତ ବୁମରା, ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାଦ୍ ପଡିଛନ୍ତି।

୧୬ ଜଣିଆ ଦଳକୁ ଶ୍ରେୟସ ଆୟର ଓ ଦୀପକ ଚହରଙ୍କ ପ୍ରତ୍ୟାବର୍ତ୍ତନ ଘଟିଥିବା ବେଳେ ଋତୁରାଜ ଗାଏକଓ୍ଵାଡଙ୍କୁ ଦଳରେ ସାମିଲ୍ କରାଯାଇଛି। ଆଇପିଏଲ ୨୦୨୧ରେ ଦମଦାର ପ୍ରଦର୍ଶନ କରିଥିବା ଭେଙ୍କଟେଶ ଆୟର ଓ ହର୍ଷଲ ପଟେଲଙ୍କୁ ଦଳରେ ସୁଯୋଗ ମିଳିଛି। ଅଭେଶ ଖାନଙ୍କୁ ମଧ୍ୟ ଦଳରେ ସାମିଲ୍ କରାଯାଇଛି।

ଭାରତର ଟି-୨୦ ଟିମ୍

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଇଶାନ କିଶନ(ଓ୍ଵିକେଟ୍ କିପର), ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, ଆର ଅଶ୍ଵିନ, ଅକ୍ଷର ପଟେଲ୍, ଅଭେଶ ଖାନ, ଭୁବନେଶ୍ଵର କୁମାର, ଦୀପକ ଚହର, ହର୍ଷଲ ପଟେଲ୍, ମହମ୍ମଦ ସିରାଜ।

Get real time updates directly on you device, subscribe now.