fbpx

ଆହତ ହେଲେ ରୋହିତ ଶର୍ମା: ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ବିଶ୍ୱକପରେ ବଡ଼ ଝଟକା

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଚାଲିଥିବା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା । ଗତ ୫ ତାରିଖରେ ଭାରତ ତା’ର ପଦାର୍ପଣ ମ୍ୟାଚରେ ଆୟର୍ଲାଣ୍ଡ ବିପକ୍ଷରେ ୮ ୱିକେଟରେ ବିଜୟରୁ ଶୁଭାରମ୍ଭ କରିଥିବା ବେଳେ ଆସନ୍ତା ୯ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନରେ ବିପକ୍ଷରେ ମ୍ୟାଚ ଖେଳିବ । ତେବେ ଭାରତ-ପାକ୍ ମୁକାବିଲା ସର୍ବଦା କଡ଼ା ଟକ୍କର ହୋଇଥାଏ । ତେଣୁ ଏଭଳି ଏକ ବଡ଼ ମ୍ୟାଚ ପୂର୍ବରୁ ଅଧିନାୟକ ତଥା ହିଟ୍ ମ୍ୟାନ ରୋହିତ ଶର୍ମା ଆହତ ହୋଇଛନ୍ତି । ଏହା ଭାରତ ତଥା ରୋହିତଙ୍କର ସମସ୍ତ ପ୍ରଶଂସକଙ୍କ ପାଇଁ ଏକ ନିରାଶାଜନକ ଖବର । ରୋହିତ ସୁସ୍ଥ ହୋଇ ପାକିସ୍ତାନ ବିପକ୍ଷରେ ଖେଳନ୍ତୁ ଏହା ସମସ୍ତେ କାମନା କରୁଛନ୍ତି ।

ତେବେ ଏହା ମଧ୍ୟରେ ରୋହିତଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଆସିଛି ଏକ ବଡ଼ ଖବର । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସୂତ୍ର ମୁତାବକ, ରୋହିତଙ୍କ ଆହତ ସମସ୍ୟା ଗମ୍ଭୀର ନୁହେଁ । ଜୁନ ୯ରେ ପାକିସ୍ତାନ ବିପକ୍ଷରେ ନ୍ୟୁୟର୍କର ନାସାଉ କଣ୍ଟ୍ରି ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଉକ୍ତ ମ୍ୟାଚ ବେଳକୁ ରୋହିତ ଫିଟ୍ ହୋଇସାରିଥିବେ । ସୂଚନାଯୋଗ୍ୟ, ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ଖେଳୁଥିବା ସମୟରେ ଆହତ ହୋଇ ରୋହିତ ରିଟାୟାର୍ଡ ହଟ୍ ହୋଇଥିଲେ ।

Get real time updates directly on you device, subscribe now.