fbpx

ଟି-୨୦ ବିଶ୍ୱକପ ପରେ ଅବସର ନେବେ ରୋହିତ ଶର୍ମା: ନିଜେ କଲେ ଖୁଲାସା!

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆସନ୍ତା ମାସରେ ଆରମ୍ଭ ହେବାକୁ ଯାଉଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବିଶ୍ୱକପରେ ସାମିଲ ହେବ । ତେବେ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଏକ ଝଟକା ଦେଇଛନ୍ତି ଅଧିନାୟକ ରୋହିତ । ଆଇସିସିର ଏହି ମେଗା ଇଭେଣ୍ଟ ପରେ ରୋହିତ ସନ୍ନ୍ୟାସ ନେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଟି-୨୦ ବିଶ୍ୱକପ ରୋହିତ ଶର୍ମାଙ୍କର ଶେଷ ବିଶ୍ୱକପ ବୋଲି କୁହାଯାଉଛି । ତେବେ ଏହାପରେ ରୋହିତ ନିଜ କ୍ରିକେଟ କ୍ୟାରିୟରରେ ବିରାମ ଲଗାଇବେ କି? ଏ ପ୍ରଶ୍ନର ଉତ୍ତର ନିଜେ ରଖିଛନ୍ତି ରୋହିତ ।

ଜୁନ୍ ୧ ତାରିଖରୁ ଆମେରିକା ଏବଂ ୱେଷ୍ଟ ଇଣ୍ଡିଜରେ ଖେଳାଯିବ ଟି-୨୦ ବିଶ୍ୱକପ । ଏହି ମେଗା ଇଭେଣ୍ଟରେ ଭାରତ ପୁଣିଥରେ ବିଶ୍ୱବିଜେତା ହେବା ପାଇଁ ଦାବିଦାର ପାଲଟିଛି । ଲଗାତାର ଦ୍ୱିତୀୟ ଥର ଟିମ ଇଣ୍ଡିଆକୁ ଚମ୍ପିଆନ୍ କରିବା ଲକ୍ଷ୍ୟରେ ଟି-୨୦ ବିଶ୍ୱକପ ମଇଦାନକୁ ଓହ୍ଲାଇବ ରୋହିତ ସେନା । ତେବେ ବିଶ୍ୱକପ ପରେ ରୋହିତ ନିଜ ସନ୍ନ୍ୟାସ ଯୋଜନାକୁ ନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ମୁଁ ନିଜ କ୍ରିକେଟ କ୍ୟାରିୟରରେ ଅନେକ ପରିବର୍ତ୍ତନ ଦେଖିଛି । ମୋ ଚିନ୍ତାଧାରାରେ ଏହା ମଧ୍ୟ ଠିକ୍ କାରଣ ମୁଁ ଆଜି ଯାହା ହୋଇପାରିଛି, ମୋ ପରିବାର, ବନ୍ଧୁ କିମ୍ବା ଏହି ଦୁନିଆ ପାଇଁ ହେଉ, ମୋ ଅତୀତରେ ଘଟିଯାଇଥିବା ସମସ୍ତ ଘଟଣା ହିଁ ଏହାର କାରଣ ବୋଲି କୁହାଯାଇପାରିବ । ଖରାପ ସମୟ ଏବଂ ପରିସ୍ଥିତି ହିଁ ମୋତେ ଆଜି ରୋହିତ ଶର୍ମା ଭାବରେ ପରିଚୟ ଦେଇଛି ।

ଏହାପରେ ସେ କହିଛନ୍ତି ଯେ, ମୋର ଖରାପ ସମୟରେ ମୋର ମୋ ନିଜ ଉପରେ ମଧ୍ୟ ସନ୍ଦେହ ହୋଇଥିଲା । ମୁଁ ପ୍ରକୃତରେ ଏହି ସ୍ଥାନ ପାଇଁ ତ? ମୁଁ ଏଠାରେ କରୁଛି କ’ଣ? ଏଭଳି ଅନେକ ପ୍ରଶ୍ନ ମୋତେ ବ୍ୟସ୍ତ ବିବ୍ରତ କରୁଥିଲା ବୋଲି ରୋହିତ କହିଛନ୍ତି । ତେବେ ପରେ ଖରାପ ସମୟରୁ ଶିକ୍ଷା ପାଇ ନିଜ ଭିତରେ ସୁଧାର ଆଣିଲି ଏବଂ ଆଗକୁ ବଢି ଚାଲିଲି । ଆଜିକୁ ମୁଁ ୧୭ ବର୍ଷରୁ ଅଧିକ ସମୟ ହେଲା କ୍ରିକେଟ ଖେଳିଆସୁଛି । ତେବେ ଆଗକୁ ମଧ୍ୟ ଆଉ କିଛି ବର୍ଷ ଖେଳିବାକୁ ଚାହୁଁଛି । କ୍ରିକେଟ ଦୁନିଆକୁ ଆହୁରି ବହୁତ କିଛି ଦେବାକୁ ଇଚ୍ଛା ଅଛି ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା ।

Get real time updates directly on you device, subscribe now.