fbpx

ଏହି ଦିନ ଅବସର ନେବେ ରୋହିତ ଶର୍ମା… ଟେଷ୍ଟ ବିଜୟ ପରେ କହିଲେ ଅଧିନାୟକ

Advertisement

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚକୁ ୬୪ ରନରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏହି ସିରିଜ ବିଜୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ନୂଆ ଏବଂ ଯୁବ ଟିମକୁ ନେଇ ଇଂଲଣ୍ଡକୁ ପରାସ୍ତ କରିବାରେ ରୋହିତ ସଫଳ ହୋଇଛନ୍ତି । ସିରିଜର ପ୍ରଥମ ମ୍ୟାଚରେ ପରାଜୟ ପରେ ମଧ୍ୟ ଭାରତ ଏହି ସିରିଜକୁ ୪-୧ରେ କବଜା କରି ଇତିହାସ ସୃଷ୍ଟି କରିଛି । କିନ୍ତୁ ଏହାପରେ ଦଳର ଅଧିନାୟକ ରୋହିତ ଶର୍ମା ନିଜ ଅବସରକୁ ନେଇ ବଡ଼ ଘୋଷଣା କରିଛନ୍ତି ।

ଧର୍ମଶାଳାରେ ଶେଷ ଟେଷ୍ଟ ବିଜୟ ପରେ ରୋହିତ ନିଜ ଅବସରକୁ ନେଇ ତାଙ୍କ ପ୍ଲାନ ବିଷୟରେ କହିଛନ୍ତି । ସେ କେବେ କ୍ରିକେଟରୁ ବିଦାୟ ନେବେ, ସେ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି ଅଧିନାୟକ ରୋହିତ । ଏ ନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ ସେ ଏହାର ଉତ୍ତର ଦେଇଛନ୍ତି । ଦିନେ, ଯେତେବେଳେ ମୁଁ ଉଠିବି ଏବଂ ମୁଁ ଠିକ୍ ନୁହେଁ ବୋଲି ଅନୁଭବ କରିବି, ତେବେ ମୁଁ ତୁରନ୍ତ ଅବସର ଘୋଷଣା କରିନେବି । କିନ୍ତୁ ଗତ କିଛି ବର୍ଷରେ ମୁଁ ନିଜ ଜୀବନର ବେଷ୍ଟ କ୍ରିକେଟ ଖେଳୁଛି । ଏମିତି କହି ନିଜ ରିଟାୟାରମେଣ୍ଟ ପ୍ଲାନ ବିଷୟରେ ସୂଚନା ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ତେବେ ରୋହିତ ଗତ କିଛି ବର୍ଷରୁ ଭାରତ ପାଇଁ ବେଷ୍ଟ କ୍ରିକେଟର ସାଜିଛନ୍ତି । କାରଣ ରୋହିତ ଗତ କିଛି ବର୍ଷରେ ଅନେକ ରନ୍ ଏବଂ ଅନେକ ଶତକ ହାସଲ କରିଛନ୍ତି ।

ବ୍ୟାଟିଂରେ ସେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି ରୋହିତ ଶର୍ମା । ୨୦୧୯ ମସିହା ଦିନିକିଆ ବିଶ୍ୱକପରେ ରୋହିତ ୫ଟି ଶତକ ହାସଲ କରି ରେକର୍ଡ କରିଥିବା ବେଳେ ୨୦୨୩ ବିଶ୍ୱକପରେ ଦମଦାର ଆରମ୍ଭ କରିବାରେ ସେ ପ୍ରମୁଖ ଭୂମିକା ନେଇଥିଲେ । ତେବେ ତାଙ୍କ ନେତୃତ୍ୱରେ ଭାରତ ୩ଟି ଆଇସିସି ଇଭେଣ୍ଟରେ ପରାସ୍ତ ହୋଇଥିଲେ ମଧ୍ୟ ବ୍ୟାଟିଂ କ୍ଷେତ୍ରରେ ସେ ଖୁବ ସଫଳତା ହାସଲ କରିଛନ୍ତି । ଅଧିନାୟକ ଭାବରେ ଗତବର୍ଷ ଶ୍ରୀଲଙ୍କାକୁ ମାତ୍ ଦେଇ ଏସିଆ କପ୍ ନିଜ ନାମରେ କରିଛି ରୋହିତ ସେନା ।

Get real time updates directly on you device, subscribe now.