fbpx

ବିଶ୍ୱ ରେକର୍ଡ କଲେ ରୋନାଲ୍ଡୋ, ଫୁଟବଲ୍ ଇତିହାସରେ ସବୁଠୁ ଅଧିକ ଗୋଲ୍ କଲେ ଏହି ଷ୍ଟାର୍ ଫୁଟବଲର୍

ନୂଆଦିଲ୍ଲୀ: ଇତିହାସ ରଚିଲେ ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ । ପ୍ରଫେସନାଲ ଫୁଟବଲ ଇତିହାସରେ ସବୁଠାରୁ ଅଧିକ ଗୋଲ୍ କରିଥିବା ଫୁଟବଲର ହୋଇଛନ୍ତି ରୋନାଲ୍ଡୋ । ଏହି ରେକର୍ଡ ସହିତ ସେ ଜୋସେଫ ବୀକନଙ୍କୁ ପଛରେ ପକାଇଛନ୍ତି । ଯିଏକି ଫିଫା ରେକର୍ଡ ଅନୁସାରେ ୮୦୫ ଗୋଲ୍ କରିଥିଲେ ।

ଶନିବାର ଖେଳାଯାଇଥିବା ପ୍ରିମିୟର ଲିଗରେ ଏହି ସଫଳତା ପାଇଛନ୍ତି ରୋନାଲ୍ଡୋ । ସେ ଟଟନହମ୍ ବିପକ୍ଷ ମୁକାବିଲାରେ ୧୨ ମିନିଟରେ ନିଜ କ୍ୟାରିଅରର ୮୦୫ ତମ ଗୋଲ କରିଥିଲେ । ଏହାପରେ ୩୮ ମିନିଟରେ ଏକ ଦମଦାର କ୍ରସ୍ ଗୋଲ୍ ମାରି ୮୦୬ଟି ଗୋଲ୍ କରିଥିଲେ । ତେବେ ଟଟନହମ ସମାନ ସଂଖ୍ୟକ ଗୋଲ ଦେଇ ସ୍ଥିତି ବରାବର କରିଥିଲା । କିନ୍ତୁ ପରେ ରୋନାଲ୍ଡୋ ୮୧ତମ ମିନିଟରେ ନିଜର ହାଟ୍ରିକ୍ ଗୋଲ୍ କରିଥିଲେ । ଏହାସହ ରୋନାଲ୍ଡୋ ନିଜ କ୍ଲବ କ୍ୟାରିଅରରେ ୪୯ତମ ହାଟ୍ରିକ ପୂରଣ କରିଛନ୍ତି ।

ସେ ପ୍ରିମିୟର ଲିଗ୍ ଟୁର୍ଣ୍ଣାମେଣ୍ଟରେ ହାଟ୍ରିକ ଲଗାଇଥିବା ଦ ସର୍ବକନିଷ୍ଠ ଖେଳାଳି ଅଟନ୍ତି । ତେବେ ୨୦୦୩ରେ ୩୭ ବର୍ଷ ଓ ୧୪୬ ଦିନର ଟେଡି ସେରିଂହମ ସବୁଠାରୁ ଅଧିକ ହାଟ୍ରିକ ଲଗାଇଥିଲେ । ଏହାସହ ମାଞ୍ଚେଷ୍ଟର ୟୁନାଇଟେଡ୍ ମଧ୍ୟ ପ୍ରିମିୟର ଲିଗ୍ ଇତିହାସରେ ନିଜ ହୋମ୍ ଗେମ୍‌ରେ ୪୦୦ ବିଜୟ ହାସଲ କରିଛନ୍ତି ।

Get real time updates directly on you device, subscribe now.