ଗାନ୍ଧୀନଗର: ଗୁଜୁରାଟ ପଞ୍ଚମହଲ ଜିଲ୍ଲାରେ ବଡ଼ ଦୁର୍ଘଟଣା । ସେଠାରେ ଥିବା ପାୱାଗଢ଼ ପର୍ବତ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରିଥିବାବେଳେ ଅଭଟଣ ଘଟିଥିବା ସୂଚନା ।
ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ତିଆରି ହୋଇଥିବା ରୋପୱେ ଛିଡ଼ିପଡ଼ିବା କାରଣରୁ ଅନେକଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି ।
ରିପୋର୍ଟ ଲେଖିବା ସମୟରେ ୬ଜଣଙ୍କ ମୃତ୍ୟୁ ଘଯିଥିବାବେଳେ ରେସ୍କ୍ୟୁ ଅପରେଶନ୍ ଜାରିଥିବା ଜଣାପଡ଼ିଛି ।
ଦୁର୍ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଘଟଣାର ତଦାରଖ କରୁଛନ୍ତି ।