fbpx

ରୋସିବିନା ଦେବୀ ଜିତିଲେ ଦିନର ପ୍ରଥମ ପଦକ, ‘ଉସୁ’ରେ ଭାରତକୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ : ଏସିଆନ୍ ଗେମ୍ସ ୨୦୨୩ ର ୫ଦିନ ଭାରତ ଏକ ରୌପ୍ୟ ପଦକ ସହିତ ଆରମ୍ଭ କରିଛି । ମଣିପୁରର ରୋସିବିନା ଦେବୀ ନାଓରେମ ଉସୁୁରେ ରୌପ୍ୟ ପଦକ ଜିତିଛନ୍ତି । ୬୦ କେଜି ଉସୁରେ ଭାରତକୁ ମିଳିଛି ଏହି ରୌପ୍ୟ ପଦକ ।

ତେବେ ତାଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା କରାଯାଉଥିଲା, କିନ୍ତୁ ସେ ଫାଇନାଲରେ ହାରି ଯାଇଥିଲେ । ଭାରତ ଏପର୍ଯ୍ୟନ୍ତ ଖେଳଗୁଡିକରେ ୨୩ ଟି ପଦକ ଜିତିଛି । ୫ ଟି ସ୍ୱର୍ଣ୍ଣ ସମେତ ୮ଟି ରୌପ୍ୟ ଓ ୧୦ଟି ବ୍ରୋଞ୍ଜ ଭାରତକୁ ମିଳିଛି ।

ସ୍ୱର୍ଣ୍ଣ ମ୍ୟାଚରେ ଚୀନର ଜିଆଓ ବୁ ରସିବିନାଙ୍କୁ ୦-୫ରେ ପରାସ୍ତ କରିଛନ୍ତି । ତେବେ ଭାରତୀୟ ଖେଳାଳି ଖେଳରେ ପଦକ ରଙ୍ଗ ବଦଳାଇଛନ୍ତି । ୨୦୧୮ ରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ଭାରତୀୟ ଆଥଲେଟମାନେ ଏପର୍ଯ୍ୟନ୍ତ ଖେଳଗୁଡିକରେ ୮ ଟି ର ରୌପ୍ୟ ଏବଂ ୧୦ ଟି ବ୍ରୋଞ୍ଜ ପଦକ ଜିତିଛନ୍ତି ।

Get real time updates directly on you device, subscribe now.