fbpx

ଓଡ଼ିଶା ପାଇଁ ଗୌରବ ଆଣିଲେ ରୋଜା ରାଣା: ଇଣ୍ଡିଆସ ବେଷ୍ଟ ଡ୍ୟାନ୍ସର୍ସରେ ଦ୍ୱିତୀୟ ରନର୍ସ ଅପ,ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ରିଅଲିଟି ଶୋ ଇଣ୍ଡିଆସ ବେଷ୍ଟ ଡ୍ୟାନ୍ସର୍ସରେ ଓଡ଼ିଶାକୁ ଗର୍ବିତ କରିଛନ୍ତି ରୋଜା ରାଣା । ଦ୍ୱିତୀୟ ରନର୍ସ ଅପ୍ ଭାବରେ ଏହି ରିଅଲିଟି ଶୋ ଶେଷ କରିଛନ୍ତି ରାଉରକେଲା ଝିଅ ରୋଜା । ଟପ୍-୫ରେ ପ୍ରବେଶ କରିଥିବା ରୋଜା ତୃତୀୟ ସ୍ଥାନରେ ଶେଷ କରିଥିବା ବେଳେ ଏହାକୁ ଏକ ଚମକ୍ରାର ଅଭିଜ୍ଞତା ବୋଲି ପ୍ରକାଶ କରିଛନ୍ତି ।

ଟପ୍-୫ରେ ଅନ୍ୟମାନଙ୍କ ମଧ୍ୟରେ ପୁନେର ସୌମ୍ୟା,କେରଳର ଜମୃଦ,ଆସାମର ରକ୍‌ତିମ୍‌ ଓ ରାଜସ୍ଥାନର ଗୌରବ ରହିଥିଲେ । ନିଷ୍ଠା ଓ ବଳିଷ୍ଠ ଉଦ୍ୟମ ତାଙ୍କୁ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିବାକୁ ବାଟ ଦେଖାଇଛି । । ବିଜୟୀ ହେବା ଅପେକ୍ଷା ଏହି ଯାତ୍ରାକୁ ଉପଭୋଗ କରିବା ମୋ ପାଇଁ ସ୍ମରଣୀୟ ବୋଲି କହିଛନ୍ତି ରୋଜା ।

Get real time updates directly on you device, subscribe now.