fbpx
BSKY SKY
BSKY SKY

ଆର୍‌ପିଏଫ୍‌ କନଷ୍ଟେବଳଙ୍କ ମାଡ଼ରେ ମହିଳା ଇଞ୍ଜିନିୟରଙ୍କ ଫାଟିଲା ମୁଣ୍ଡ, ଟିକେଟ୍‌ ଦେଖାଇବାକୁ ନେଇ ହୋଇଥିଲା ଯୁକ୍ତତର୍କ

BSKY

ରାଉରକେଲା, (ଭାସ୍କର ନ୍ୟୁଜ୍‌): ରାଉରକେଲାରେ ଅଜିତ କୁମାର ନାଏକ ନାମକ ଜଣେ ଆରପିଏଫ୍‌ କନଷ୍ଟେବଳଙ୍କ ମାଡ଼ରେ ଅନିତା ରାଜ୍‌ ନାମକ ଜଣେ ମହିଳା ଇଞ୍ଜିନିୟରଙ୍କ ମୁଣ୍ଡ ଫାଟି ଯାଇଥିବା ରାଉରକେଲା ଜିଆର୍‌ପି ଥାନାରେ ଅଭିଯୋଗ ହୋଇଛି ।

ଅନିତାଙ୍କ ଅଭିଯୋଗ ଅନୁସାରେ ସେ ଗୀତାଞ୍ଜଳି ଏକ୍ସପ୍ରେସରେ ବେଙ୍ଗାଲୁରୁ ଧରୁଆଡ଼ରୁ ହାୱଡ଼ା ଯାତ୍ରା କରୁଥିଲେ । ତେବେ ତାଙ୍କ ପାଖରେ ଟିକେଟ୍‌ ନଥିଲା । ପାନପୋଷ ଷ୍ଟେସନ ନିକଟରେ ତାଙ୍କୁ ଟିକେଟ୍‌ ଦେଖାଇବାକୁ କହିଥିଲେ ଆପିଏଫ୍‌ କନଷ୍ଟେବଳ ଅଜିତ । କିନ୍ତୁ ତାଙ୍କ ପାଖରେ ଟିକେଟ୍‌ ନଥିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଅଜିତ ତାଙ୍କୁ ମାଡ଼ ମାରିଥିଲେ । ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା । ରାଉରକେଲା ଜିଆରପି ଥାନା ଅଧିକାରୀ ରଞ୍ଜନ ପଟ୍ଟନାୟକ କହିଛନ୍ତି, ମହିଳା ଇଞ୍ଜିନିୟରଙ୍କ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ କରାଯାଉଛି ।

Get real time updates directly on you device, subscribe now.