fbpx
BSKY SKY
BSKY SKY

ବନ୍ଧୁକ ମୁନରେ ୧ଲକ୍ଷ ୪୬ ହଜାର ଟଙ୍କା ଲୁଟି ନେଲେ ୨ ହାଇଓ୍ବ ଲୁଟେରା, ଛାନ୍‌ଭିନ୍ ଆରମ୍ଭ କଲା ପୋଲିସ

BSKY

ଖୋର୍ଦ୍ଧା,(ଭାସ୍କର ନ୍ୟୁଜ୍‌): ଖୋର୍ଦ୍ଧା ନିକଟସ୍ଥ ବାଘମାରୀଠାରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ୧ଲକ୍ଷ ୪୬ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଜିତେନ୍ଦ୍ର କୁମାର ଗୁରୁ ।ସେ ଏନେଇ ବାଘମାରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହାଇଓ୍ବ ଲୁଟେରା ମାନେ କଳା ପଲସରେ ଆସି ଲୁଟ୍ କରିଥିବା ଜଣାପଡିଛି। ପୋଲିସ ପକ୍ଷରୁ ତଦନ୍ତ ପ୍ରକିୟା ଆରମ୍ଭ ହୋଇଛି।

ସୂଚନା ମୁତାବିକ, କଢ଼ାମଲ ଗ୍ରାମର ଜିତେନ୍ଦ୍ର ଖୋର୍ଦ୍ଧାର ଏକ ବ୍ୟାଙ୍କରୁ ପ୍ରାୟ ୧.୨୦ ଲକ୍ଷ ଟଙ୍କା ଉଠାଇଥିଲେ । ଏହା ପରେ ବାଘମାରିରେ ଏଟିଏମ୍‌ରୁ ବାକି ଟଙ୍କା ଉଠାଇ ବାଇକ୍‌ ଯୋଗେ ନିଜ ଗାଁ ଅଭିମୁଖେ ଯାଉଥିଲେ । ସିମୋର ନିକଟରେ ସେ ପରିସ୍ରା ଯିବା ପାଇଁ ଗାଡ଼ି ରଖିଥିଲେ । ଏହି ସମୟରେ ପଛରୁ କଳା ପଲସରରେ ଆସୁଥିବା ଦୁଇ ଜଣ ଯୁବକ ଓହ୍ଲାଇ ପଡ଼ି ତାଙ୍କୁ ବନ୍ଧୁକ ଦେଖାଇଥିଲେ ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏହା ପରେ ଜିତେନ୍ଦ୍ର ବାଘମାରି ଥାନାକୁ ଯାଇ ଅଭିଯୋଗ କରିଥିଲେ । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

Get real time updates directly on you device, subscribe now.