fbpx

ସମଲେଶ୍ୱରୀ ମନ୍ଦିର ପାଇଁ ୨୦୦ କୋଟିର ପ୍ୟାକେଜ୍

ଭୁବନେଶ୍ୱର,୧୭ ।୨(ଓଡିଶା ଭାସ୍କର): ମା’ ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୦ କୋଟି ଟଙ୍କାର ‘ସମଲେଇ ଯୋଜନା’ ନେଇ ସିଏମଓ ପକ୍ଷରୁ ଘୋଷଣା ହୋଇଛି । ଏହି ଟଙ୍କା ୨୦୨୧-୨୨ ଆର୍ଥିକ ବର୍ଷରେ ଖର୍ଚ୍ଚ ହେବ । ମନ୍ଦିରର ୪ ଦିଗରେ ୪ଟି ଐତିହ୍ୟ ଦ୍ୱାର ନିର୍ମାଣ କରାଯିବ । ଭକ୍ତମାନେ ପାଦରେ ବେଢା ପରିକ୍ରମା ପାଇଁ ୧ କିମି ରାସ୍ତା ହେବ । ଯାତ୍ରୀଙ୍କ ପାଇଁ ପାର୍କିଂ ଜାଗା, ଭେଣ୍ଡିଂ ଜୋନ୍, ଶୌଚାଳୟ ନିର୍ମାଣ ହେବ । ମନ୍ଦିର ନିକଟରେ ରହୁଥିବା ସେବାୟତଙ୍କ ପାଇଁ ବାସଗୃହ ପ୍ରକଳ୍ପ ହେବ । ମନ୍ଦିରରୁ ମହାନଦୀ ଯାଏ ୩୦ ମିଟର ଚଉଡା ରାସ୍ତା ନିର୍ମାଣ ହେବ । ୩୦ ମିଟର ରାସ୍ତାରେ ଡେକ୍ ହେବ ଓ ଦୈନିକ ମହାନଦୀ ଆଳତି ହେବ ।

Get real time updates directly on you device, subscribe now.