fbpx

ମହିଳାଙ୍କ ଖାତାକୁ ଆସିବ ମାସିକ ୮ ହଜାର ଟଙ୍କା, ଉଚ୍ଛେଦ ହେବ ସଂରକ୍ଷଣ ବ୍ୟବସ୍ଥା: ରାହୁଲ ଗାନ୍ଧୀ

Advertisement

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରଥମେ ଝାରସୁଗୁଡ଼ା ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗିର କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେଇଛନ୍ତି । ତେବେ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ‘ ନିର୍ବାଚନ ଜିତିଲେ ଦେଶର ସମ୍ବିଧାନକୁ ପରିବର୍ତ୍ତନ କରିଦେବେ । ଏହି ସମ୍ବିଧାନ ଦେଶର ସବୁ ବର୍ଗଙ୍କୁ ଅଧିକାର ଦେଇଛି । ବିଜେପିର ବଡ ବଡ ନେତା କହୁଛନ୍ତି, ନିର୍ବାଚନ ଜିତିଲେ ସମ୍ବିଧାନ ଚିରିକି ଫୋପାଡିଦେବେ । କିନ୍ତୁ ଦୁନିଆର କୌଣସି ଶକ୍ତି ନାହିଁ ଯେ ଏହି ସମ୍ବିଧାନରେ ହାତ ମାରିଦେବ । ଯଦି ଏହି ସମ୍ବିଧାନକୁ ଚିରିବାକୁ ବିଜେପି ଚେଷ୍ଟା କରେ ତେବେ କଂଗ୍ରେସ ଓ ଦେଶବାସୀ ଚୁପ୍ ବସିବେନି । ଆମେ ସରକାରକୁ ଆସିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ ।  ଚାଷୀଙ୍କ ଋଣ ଛାଡ଼ କରାଯିବ, ଗ୍ୟାରେଣ୍ଟି ଏମଏସପି ଲାଗୁ ହେବ, ଜାତି ଜନଗଣନା କରିବୁ । ପ୍ରତି ପରିବାରର ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ । ଜୁଲାଇ ୪ରେ ପ୍ରଥମ କିସ୍ତି ଭାବେ ମହିଳାଙ୍କ ଖାତାକୁ ୮୫୦୦ ଟଙ୍କା ଯିବ । କୋଟିଏ ମହିଳାଙ୍କୁ ବର୍ଷକ ମଧ୍ୟରେ ଲକ୍ଷପତି କରିଦିଆଯିବ ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ବେରୋଜଗାର ଯୁବକଙ୍କୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ମାସିକ ୮୫୦୦ ଟଙ୍କା ମିଳିବ । ସାରା ଦେଶରେ ବନ୍ଦ ପଡ଼ିଥିବା କାରଖାନା ପୁଣି ଥରେ ଚାଲୁ କରାଯିବ । ୨୨ ଜଣ ଉଦ୍ୟୋଗପତିଙ୍କର ୧୬ ଲକ୍ଷ କୋଟି ଋଣ ଛାଡ କରିଛନ୍ତି । ୨୪ ବର୍ଷର ମନରେଗା ଟଙ୍କା ୨୨ ଉଦ୍ୟୋଗପତିଙ୍କୁ ଦେଇଛନ୍ତି କେନ୍ଦ୍ର ସରକାର । ଭାରତର ଗରିବ ଲୋକଙ୍କ ମୁଣ୍ଡ ଉପରେ ଏତେ ବୋଝ ବିଜେପି ଲଦିଛି ଯେ, ଯେଉଁଥିରୁ ବାହାରକୁ ଆସିବା ସହଜ ନୁହେଁ । ସରକାର ଦେଶବାସୀଙ୍କ ପାଇଁ ନୁହେଁ ବରଂ ୨୨ ଜଣ ଉଦ୍ୟୋଗପତିଙ୍କ ପାଇଁ କାମ କରୁଛି । ଭାରତରେ ୫୦% ପଛୁଆବର୍ଗ ଲୋକ, ୧୫% ଦଳିତ, ୮% ଆଦିବାସୀ, ୧୫% ଅଳ୍ପସଂଖ୍ୟକ , ୫% ସାଧାରଣ ଗରିବ ପରିବାର ଅଛନ୍ତି । କିନ୍ତୁ ଦେଶରେ ଏମାନଙ୍କର ଭାଗିଦାରୀ ନାହିଁ । ଗରିବ ଲୋକଙ୍କ ସ୍ୱର ଗଣମାଧ୍ୟମରେ ଦେଖାଯାଉନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଅପରପକ୍ଷରେ ଜୁନ୍ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ । ଇଣ୍ଡି ମେଣ୍ଟ ସରକାର ମନରେଗା ମଜୁରୀ ୪୦୦ ଟଙ୍କା କରିବ ବୋଲି କହିଛନ୍ତି ରାହୁଲ । ସବୁ ଫ୍ୟାକ୍ଟ୍ରି ପୁଣି ଚାଲୁହେବ । ଫ୍ୟାକ୍ଟ୍ରି ଚାଲୁ ହେବା ପରେ ଲୋକଙ୍କୁ ରୋଜଗାର ମିଳିବ । ଆମେ ଭାରତର ଆର୍ଥିକ ଇଞ୍ଜିନ ଷ୍ଟାର୍ଟ କରୁଛୁ । ଭାରତର ଗରିବ ଲୋକଙ୍କ ମୁଣ୍ଡ ଉପରେ ଏତେ ବୋଝ ବିଜେପି ଲଦିଛି ଯେ, ଯେଉଁଥିରୁ ବାହାରକୁ ଆସିବା ସହଜ ନୁହେଁ । ସରକାର ଦେଶବାସୀଙ୍କ ପାଇଁ ନୁହେଁ ବରଂ ୨୨ ଜଣ ଉଦ୍ୟୋଗପତିଙ୍କ ପାଇଁ କାମ କରୁଛି । ଭାରତରେ ୫୦% ପଛୁଆବର୍ଗ ଲୋକ, ୧୫% ଦଳିତ, ୮% ଆଦିବାସୀ, ୧୫% ଅଳ୍ପସଂଖ୍ୟକ , ୫% ସାଧାରଣ ଗରିବ ପରିବାର ଅଛନ୍ତି । କିନ୍ତୁ ଦେଶରେ ଏମାନଙ୍କର ଭାଗିଦାରୀ ନାହିଁ । ଗରିବ ଲୋକଙ୍କ ସ୍ୱର ଗଣମାଧ୍ୟମରେ ଦେଖାଯାଉନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

Get real time updates directly on you device, subscribe now.